ETV Bharat / state

୧୦ ଟଙ୍କିଆ ଓପିଡି ଟିକେଟ୍ ପାଇଁ ୧୦ ହଜାର ଡିମାଣ୍ଡ, AIIMSରୁ ଗିରଫ ହେଲେ ବଙ୍ଗାଳୀ ଦଲାଲ୍

author img

By

Published : May 26, 2023, 11:02 PM IST

ଭୁବନେଶ୍ବର AIIMSରେ ମାତିଛନ୍ତି ଦଲାଲ୍ । ଓପିଡି ଟିକେଟ କାଟିଦେବାକୁ ରାତିରୁ ଲଗାଉଛନ୍ତି ଲାଇନ୍ । ରାଜ୍ୟ ବାହାର ରୋଗୀଙ୍କ ପାଇଁ ଟିକେଟ କାଟିବାକୁ ୧୦ ଟଙ୍କା ବଦଳରେ ନେଉଛନ୍ତି ୧୦ ହଜାର ଟଙ୍କା । ଏପରି ଦୁଇ ବଙ୍ଗାଳୀ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

AIIMSରୁ ଗିରଫ ହେଲେ ବଙ୍ଗାଳୀ ଦଲାଲ୍
AIIMSରୁ ଗିରଫ ହେଲେ ବଙ୍ଗାଳୀ ଦଲାଲ୍
AIIMSରୁ ଗିରଫ ହେଲେ ବଙ୍ଗାଳୀ ଦଲାଲ୍

ଭୁବନେଶ୍ବର: ରୋଗୀଙ୍କ ଅସୁବିଧାରେ ଦଲାଲ ଖୋଜୁଛନ୍ତି ମୌକା । ବାହାର ରୋଗୀଙ୍କ ପାଇଁ ଭୁବନେଶ୍ବର AIIMSରେ ମାତିଛନ୍ତି ଦଲାଲ୍ । ଓପିଡି ଟିକେଟ କାଟିଦେବାକୁ ରାତିରୁ ଲଗାଉଛନ୍ତି ଲାଇନ୍ । ରାଜ୍ୟ ବାହାର ରୋଗୀଙ୍କ ପାଇଁ ଟିକେଟ କାଟିବାକୁ ୧୦ ଟଙ୍କା ବଦଳରେ ନେଉଛନ୍ତି ୧୦ ହଜାର ଟଙ୍କା । ଏପରି ଢଙ୍ଗରେ ଏମ୍ସ ପରିସରରେ ଦଲାଲିଗିରି କରୁଥିବା ଦୁଇ ଦଲାଲଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ । ସେମାନଙ୍କଠାରୁ ଦୁଇଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ଦଲାଲ ହେଉଛନ୍ତି ପଶ୍ଚିମବଙ୍ଗର ଦୁଇ ଦଲାଲ ଅମିତ ପ୍ରତିହାର ଓ ଗୋପାଳ ଭଟ୍ଟ । ସେମାନେ ପଶ୍ଚିମା ମେଦିନାପୁରର ବୋଲି ଜଣାପଡିଛି । ଆଇପିସିର ଧାରା ୪୧୯, ୪୨୦, ୨୯୪, ୫୦୬, ୩୫୩ ଓ ୩୪ରେ ଗିରଫ କରି ସେମାନଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ଏନେଇ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇ କହିଛନ୍ତି, "ଭୁବନେଶ୍ବର ଏମ୍ସରେ‌ ରୋଗୀ ଦେଖାଇବାକୁ ଅଧିକାଂଶ ସମୟରେ ଭିଡ ହେଉଛି । ଏପରିକି ରାଜ୍ୟ ବାହାରର ରୋଗୀ ମଧ୍ୟ ଆସୁଛନ୍ତି । ଏହାର‌ ମୌକାରେ କିଛି ଦଲାଲ ରାଜ୍ୟ ବାହାର ରୋଗୀଙ୍କ ପାଇଁ ଟିକେଟ କାଟିବାକୁ ଦଲାଲିଗିରି କରୁଛନ୍ତି । କେବଳ ସେମାନେ ଓପିଡି ବାହାରେ ଲାଇନ ଲଗାଉଛନ୍ତି । ପରେ ରୋଗୀର ସମ୍ପର୍କୀୟ କହି ଓପିଡି ପାଇଁ ଟିକେଟ କାଟୁଛନ୍ତି । ୧୦ ଟଙ୍କାର ଟିକେଟ ପାଇଁ ୧୦ ହଜାର‌ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଛନ୍ତି । ଏନେଇ ଅନେକ ସମୟରେ ପୋଲିସ ସାଧା ପୋଷାକରେ ରହି ଏହି ସବୁ ଦଲାଲଙ୍କ ଉପରେ ନଜର ରଖୁଛି । ଗିରଫ ଦୁଇ ଦଲାଲ କେତେବେଳେ ମାମୁଁ, ମାଇଁ କି ଅଜା, ଆଇ ନାଁରେ ବା ଭାଇ, ଭାଉଜ ନାଁରେ ଟିକେଟ କାଟିବା ବାହାନା କରି ଲାଇନ ଲଗାଇ ଏପରି ଏପରି ଟଙ୍କା ଇନ୍‌କମ୍‌ କରୁଥିଲେ । ଏନେଇ ପୋଲିସ ଦୁଇ ଦଲାଲଙ୍କୁ ଟ୍ରାକ୍‌ ବେଳେ ସେମାନେ ବଙ୍ଗାଳୀ ଓ ଘର ଭଡ଼ା ନେଇ ଭୁବନେଶ୍ବରରେ ରହି ଏପରି ଦଲାଲିଗିରି କରୁଥିବା ଜାଣିବାକୁ ମିଳିଥିଲା । ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ଏମାନେ ଟିକେଟ ଯୋଗାଉଥିଲେ । ୨ ହଜାରରୁ ୫ ହଜାର ଏପରିକି ୧୦ ହଜାର‌ ପର୍ଯ୍ୟନ୍ତ ଟଙ୍କା ନେଇ ଟିକେଟ ଯୋଗାଉଥିଲେ ।"

ଏମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ । ଆଇଆଇସି ଖଣ୍ଡଗିରି ନିଜେ ଯାଇ ନିରୀକ୍ଷଣ କରି ଦୁଇ ଜଣ ଲାଇନରେ ରହି ଟିକେଟ କାଟୁଥିବା ବେଳେ ଗିରଫ କରିଛନ୍ତି । ତେବେ ଅନେକ ସମୟରେ ଏପରି ଟିକେଟ ଦଲାଲଙ୍କ ଲାଇନ୍‌ ଯୋଗୁଁ ଯେଉଁ ରୋଗୀ ଟିକେଟ ପାଇଁ ଲାଇନ୍‌ରେ ଠିଆ ହୋଇଥାନ୍ତି, ସେମାନେ ‌ଟିକେଟ ପାଇବାରୁ ବଞ୍ଚିତ ହୁଅନ୍ତି । ନଚେତ ଦଲାଲଙ୍କ ଏପରି ଦଲାଲି ପାଇଁ ସାଧାରଣ ଲୋକଟିଏ ଟିକେଟ କାଟିବା ପାଇଁ ହନ୍ତସନ୍ତ ହୁଏ । ଏଭଳି ରୋଗୀଟିଏ ସେବା ପାଇବାକୁ ଆସି ଟିକେଟ ପାଇବା ପାଇଁ ଏପରି ଦଲାଲଙ୍କ ଶିକାର ହୁଏ । ଏନେଇ ଯେଉଁ ସମୟରେ କାଉଣ୍ଟର ଖୋଲୁଛି, ତାର ଦୁଇ ଘଣ୍ଟା ଅର୍ଥାତ ରାତିରୁ ଲମ୍ବା ଲାଇନ‌୍‌ ଲଗାଇ ଆଗୁଆ ଟିକେଟ ପାଇଁ ଦଲାଲଙ୍କ ଉତ୍ପାତ ବଢୁଛି । ଫଳରେ ‌ରୋଗୀସେବା ବାଧାପ୍ରାପ୍ତ ହେଉଛି । ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ଏକକାଳୀନ ୧୩ ଜଣ ଦଲାଲ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ । ସେତେବେଳେ ମଧ୍ୟ ଏହି ଅମିତ ପ୍ରତିହାରୀ ଗିରଫ ହୋଇଥିଲା । ଯିଏକି ପୁଣି ଥରେ ଏଥର ଗିରଫ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.