ETV Bharat / state

ଖୋର୍ଦ୍ଧା କନ୍ତଳବାଇରେ ଗୁଳିମାଡ଼, 2 ଗୁରୁତର - 2 seriously

ଘରେ ପଶି ଦୁବୃତ୍ତଙ୍କ ଅତର୍କିତ ଆକ୍ରମଣ। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର।ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଖୋର୍ଦ୍ଧା
author img

By

Published : Apr 2, 2019, 9:00 AM IST

ଖୋର୍ଦ୍ଧା:ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିମାଡ଼। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କନ୍ତଳବାଇ ଗ୍ରାମର ଶିବ ପରିଡ଼ା ନିଜ ଘରେ ଥିବା ସମୟରେ 20 ରୁ 25 ଜଣ ଯୁବକ ମଟର ସାଇକେଲରେ ଆସିଥିଲେ। ଏହାପରେ ଶିବଙ୍କ ଘରେପଶି 4ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏଥିରେ ଶିବଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ବେଳେ ତାଙ୍କ ଖୁଡିଙ୍କ ହାତରେ ଗୋଟିଏ ଗୁଳି ବାଜିଛି।

ଖବରପାଇ ଟାଙ୍ଗି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାସହ ପରିସ୍ଥିତି ଉତ୍ତେଜନା ଦେଖି ଗୋଟିଏ ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଏମାନେ କିଏ ଓ କେଉଁ କାରଣରୁ ଏହି ଗୁଳିମାଡ଼ କରିଛନ୍ତି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.