ETV Bharat / state

ଅଶ୍ଳୀଳ ନୃତ୍ୟ ପାଇଁ ଓଡ଼ିଆ ଝିଅଙ୍କୁ ବନ୍ଧକ, ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର - ଯୁବତୀଙ୍କୁ ନଜରବନ୍ଦୀ କରି ରଖିଥିଲା ଓଡ଼ିଆ ଦଲାଲ

ଉତ୍ତରପ୍ରଦେଶରେ ୨ ଓଡିଆ ଯୁବତୀଙ୍କୁ ନଜରବନ୍ଦୀ କରି ରଖିଥିଲା ଓଡ଼ିଆ ଦଲାଲ । ଇଭେଣ୍ଟରେ କାମ ଦେବ କହି ଉତ୍ତରପ୍ରଦେଶ ନେବାପରେ ସେଠାରେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ କରିବାକୁ ବାଧ୍ୟ କରିଥିଲା । ନୟାପଲ୍ଲୀ ଥାନାରେ ସାମାଜିକ କର୍ମୀଙ୍କ ଅଭିଯୋଗ ପରେ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର
ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର
author img

By

Published : Dec 26, 2022, 10:57 PM IST

ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର

ଭୁବନେଶ୍ବର: ଉତ୍ତରପ୍ରଦେଶରେ ୯ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଥିଲେ ୨ ଓଡିଆ ଯୁବତୀ । ସାମାଜିକ କର୍ମୀଙ୍କ ସହାୟତାରେ ଉତ୍ତରପ୍ରଦେଶରେ ଥିବା ଓଡ଼ିଆ ଦଲାଲ କବଳରୁ ମିଳିଲା ମୁକ୍ତି । ଓଡ଼ିଶା ଫେରିଲେ କଳାହାଣ୍ଡି ଓ କନ୍ଧମାଳର ୨ ଝିଅ । ବନ୍ଧକ ରଖିଥିବା ଦଲାଲକୁ ଗିରଫ କଲା ୟୁପି ପୋଲିସ ।

ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର
ଉତ୍ତରପ୍ରଦେଶରୁ ୨ ଯୁବତୀ ଉଦ୍ଧାର

ସୂଚନା ମୁତାବକ ଗତ ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଓ କଳାହାଣ୍ଡିର ଦୁଇ ଝିଅଙ୍କୁ ଇଭେଣ୍ଟ ସଂସ୍ଥାରେ କାମ ଦେବ କହି ନେଇଥିଲା ଜଣେ ଦଲାଲ । ପରେ ୯ ହଜାର ଆଡଭାନ୍ସ ଦେଇ ସେଠାରେ କିଛି ବିବାହ ଓ ଜନ୍ମଦିନ‌ ପାର୍ଟିରେ କାମ ଦେଇଥିଲା । ହେଲେ ତାର କିଛିଦିନ ପରେ ଉତ୍ତରପ୍ରଦେଶର ଏକ ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପାଇଁ ବାଧ୍ୟ କରାଇଥିଲା । ଏନେଇ ରାଜି ନହେବାରୁ ୯ ହଜାର‌ ଟଙ୍କା ନେଇଛ କୁଆଡେ ଯାଇପାରିବନି କହି ବନ୍ଧକ ରଖିଥିଲା । ଏପରିକି ଗତ ଡିସେମ୍ବର ୧ ତାରିଖରେ ଫେରିବାକୁ କହିଥିଲେ ମଧ୍ୟ ସେଠାରେ ନଜରବନ୍ଦୀ କରି ରଖିଥିଲା ।

ଏହାପରେ ଦୁଇ ଓଡିଆ ଯୁବତୀ ଭିଡିଓ ଜରିଆରେ ସାହାଯ୍ୟ ମାଗିଥିଲେ । ଏନେଇ ଜଣେ ସାମାଜିକ କର୍ମୀ ସୁଚିସ୍ମିତା ପୃଷ୍ଟି ନୟାପଲ୍ଲୀ ଥାନାରେ ତିନି ଦିନ ପୂର୍ବେ ଜଣାଇଥିଲେ । ଶେଷରେ ପୋଲିସ ଜରିଆରେ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଦୁଇ ଯୁବତୀଙ୍କୁ ଲକ୍ଷ୍ନୌ ଅଞ୍ଚଳରୁ ଉଦ୍ଧାର‌ କରାଯାଇଥିଲା । ଦୁଇ ଯୁବତୀ ଏବେ ଓଡ଼ିଶାରେ ପହଞ୍ଚିଛନ୍ତି । ଓଡ଼ିଶା ଆସିବା ପରେ ସେମାନେ ବଖାଣିଛନ୍ତି ଦଲାଲ କବଳରେ ଥିବା ସେହି କଳା କହାଣୀର କାରନାମା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.