ETV Bharat / state

ବାଣପୁର ଚଢାଉରେ 2 ମଦ ମାଫିଆ ଗିରଫ, ୫୨ ଲିଟର ଦେଶୀ ମଦ ଜବତ - Two liquor mafias arrested at Banpur raid

ଆଜି(ଶୁକ୍ରବାର) ବାଲୁଗାଁ ଅବକାରୀ ବିଭାଗର ଓଆଇସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ ।

liquor-seized
ବାଣପୁର ଚଢାଉରେ 2 ମଦ ମାଫିଆ ଗିରଫ
author img

By

Published : Jul 3, 2020, 6:42 PM IST

ଖୋର୍ଦ୍ଧା: ମହାମାରୀ କୋରୋନାକୁ ନେଇ ଦୀର୍ଘଦିନର ଲକଡାଉନ ପରେ ଏବେ ଅନଲକର 2ୟ ପର୍ଯ୍ୟାୟରେ କଟକଣାକୁ କୋହଳ କରାଯାଇଛି । ଯାହାର ସୁଯୋଗ ନେଇ ସକ୍ରିୟ ଉଠିଛନ୍ତି କିଛି ମଦ ମାଫିଆ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଚଢାଉ କରାଯାଇ 2 ଜଣ ଦେଶୀମଦ ବେପାରୀଙ୍କୁ ଗିରଫ କରାଯାଇଛି ।

ବାଣପୁର ଚଢାଉରେ 2 ମଦ ମାଫିଆ ଗିରଫ

ଦୀର୍ଘଦିନ ହେଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲା । ଆଜି(ଶୁକ୍ରବାର) ବାଲୁଗାଁ ଅବକାରୀ ବିଭାଗର ଓ.ଆଇ.ସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ସାନସିରେଇ ପୁର ବିଟ ହାଉସ ଅଞ୍ଚଳରୁ 2 ଜଣ ଦେଶୀମଦ ବେପାରୀଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କ ଠାରୁ ୫୨ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି ।

ଏହି ସମୟରେ ଚୋରା ମଦ କାରବାର ଉପରେ ପ୍ରଶାସନ ରୋକ ଲଗେଇବାରେ ଉଦ୍ୟମ ଜାରି ରଖିଛନ୍ତି । ଏବେ ସେ 2 ଜଣ ଦେଶୀମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.