ETV Bharat / state

ଖୋର୍ଦ୍ଧାରୁ ୨ଟି ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି - ୨ଟି ଅଞ୍ଚଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲାର ୨ଟି ଅଞ୍ଚଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ଗୋଟିଏ ମୃତଦେହ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ପରିତ୍ୟକ୍ତ ଘର ପାଖରୁ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

dead body found
dead body found
author img

By

Published : Jul 22, 2023, 1:07 PM IST

ଖୋର୍ଦ୍ଧା: ଜିଲ୍ଲାର ୨ଟି ଅଞ୍ଚଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ଗୋଟିଏ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ପରିତ୍ୟକ୍ତ ଘର ପାଖରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ କେହି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେହିପରି ମୃତକ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୫ ରୁ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ମୃତକଙ୍କ ପ୍ୟାଣ୍ଟ ପକେଟରୁ ମିଳିଛି ଏକ ୧୪ ବର୍ଷୀୟା ନାବାଳିକାଙ୍କ ଫଟୋ ଚିତ୍ର । ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା ମୃତଦେହ । ପରେ ସ୍ଥାନୀୟ ଲୋକ ଆଦର୍ଶ ଥାନା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ,ଆଦର୍ଶ ଥାନା ଅଧିକାରୀ ଏବଂ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି । ତେବେ ମୃତକ ଜଣକ କିଏ ଏବଂ ଏଠାରେ କିପରି ତାଙ୍କର ମୃତ୍ୟୁ ହୋଇଛି ତାର ଅନୁସନ୍ଧାନ କରୁଛି ପୋଲିସ ।

ସେହିପରି ଅନ୍ୟ ଜଣେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଡାକ୍ତର ସାହିର ସୁକାନ୍ତ ରାଉତରାୟ ଗତକାଲି ଗାଧୋଇବା ବେଳେ ପୋଖରୀରେ ଗୋଡ ଖସିଯାଇ ବୁଡି ଯାଇଥିଲେ । ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦମକଳବାହିନୀ ସହାୟତାରେ ବୃଦ୍ଧଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ଜବତ କରିଥିଲେ । ଆଦର୍ଶ ଥାନା ପୋଲିସ ଦୁଇଟି ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଉଭୟ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଶ୍ବଶୁର ଘରୁ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର, ବାପଘର ଆଣିଲେ ହତ୍ୟା ଅଭିଯୋଗ

ପ୍ରକାଶ ଥାଉକି,ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଲସାମାଲ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିଲେ । ଦଶ ବର୍ଷ ତଳେ ସରଗାଡ ଗ୍ରାମର ମୀରା ପ୍ରଧାନ ଫଲସା ମାଲ ଗ୍ରାମର ମାଣିକ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଦୁଇ ଶିଶୁ ମଧ୍ୟ ରହିଛି । ଗତ ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ପାଚିକା ଭାବରେ କାମ କରି ନିଜ ଶ୍ଵଶୁର ଘରେ ରହିବା ସହ ଦୁଇ ପିଲାଙ୍କ ପ୍ରତିପୋଷଣ କରୁଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.