ETV Bharat / state

ଉଦଯାପିତ ହେଲା ଦୁଇ ଦିନିଆ ଲୋକ ମହୋତ୍ସବ - ଉଦଯାପିତ ହେଲା ଦୁଇ ଦିନିଆ ଲୋକ ମହୋତ୍ସବ

କଳାଞ୍ଜଳୀ ଆର୍ଟିଷ୍ଟ ଟ୍ରଷ୍ଟ୍‌ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଲୋକ ମହୋତ୍ସବ ଉଦଯାପିତ । ଅଧିକ ପଢନ୍ତୁ

folk festival concluded in utkal mandap
folk festival concluded in utkal mandap
author img

By

Published : May 8, 2023, 8:10 AM IST

folk festival concluded in utkal mandap

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଲୋକ ମହୋତ୍ସବ । ଶେଷ ସନ୍ଧ୍ୟାରେ ଦର୍ଶକକଙ୍କ ମନ ଜିଣିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ରାୟଗଡ଼ାର ଆଦିବାସୀ ନୃତ୍ୟ ଓ ଫୁଲବାଣୀର କୁଇ ନୃତ୍ୟକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ସେହିପରି ସୁରଭୀ ଲେଡ଼ିଜ୍ ଗ୍ରୁପ୍ ପକ୍ଷରୁ ହ୍ୟାଣ୍ଡଲୁମ୍ ରାମ୍ପ ଶୋ, କଳିଙ୍ଗ ପାଇକ କ୍ରିଏସନ୍ ପକ୍ଷରୁ ପାଇକ ଆଖଡ଼ା, ମମ୍ ଆଣ୍ଡ୍ କିଡ଼୍ ରାମ୍ପ ଶୋ, ଆରାଧ୍ୟା ଡ଼୍ୟାନ୍ସ ଏକାଡ଼େମୀ ପକ୍ଷରୁ ଝୁମର୍‌ ନୃତ୍ୟ ପରିବେଷଣ କରିଯାଇଥିଲା । ଡ଼ି.ଏସ୍‌.ଆର୍ ଡ଼୍ୟାନ୍ସ ଛତ୍ରପୁର ପକ୍ଷରୁ ତାଣ୍ଡବ ନୃତ୍ୟ, ଖେମୁଣ୍ଡି ଲୋକକଳା ଏକାଡ଼େମୀ ପକ୍ଷରୁ କଣ୍ଢେଇ ନାଚ, ବିଚିତ୍ର ବର୍ଣ୍ଣାଳୀ ନୃତ୍ୟ ସଂସଦ ପକ୍ଷରୁ ପଶୁମୁଖା ନୃତ୍ୟ ଓ କଳାଞ୍ଜଳୀ ଟ୍ରଷ୍ଟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା ।

ଶେଷ ସନ୍ଧ୍ୟାରେ ରାଜ୍ୟପାଳ ଗଣେଷୀ ଲାଲ ଯୋଗଦେଇ ଲୋକକଳାର ବିକାଶ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଲୋକକଳା ମାଧ୍ୟମରେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ମନେ ପକାଉଛୁ । ବିଶ୍ୱକୁ ଏକ କରିଛି କଳା ସଂସ୍କୃତି । ଆଦିବାସୀ ବାଳକ ବାଳିକା ନୃତ୍ୟ କଲେ ଯେମିତି ଲାଗନ୍ତି ନଟରାଜ ନୃତ୍ୟ କରୁଛନ୍ତି । ଜଗନ୍ନାଥ ଭୂମିରେ ପ୍ରତିଦିନ ଆମେ କଳା ସଂସ୍କୃତି ଦେଖିବାକୁ ପାଉଛୁ । ଯାହାକି ଓଡ଼ିଶାର ନାମକୁ ଆଗକୁ ନେଉଛି ବୋଲି ମତ ପ୍ରକାଶ କରିଥିଲେ ରାଜ୍ୟପାଳ । କଳାଞ୍ଜଳୀ ଆର୍ଟିଷ୍ଟ ଟ୍ରଷ୍ଟ୍‌ ଆନୁକୂଲ୍ୟରେ ଓଡ଼ିଶା ସରକାର ଓ ଇଭୋସ୍ ବିଲ୍ଡକନ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ଲୋକ ମହୋତ୍ସବ।

ସେହିପରି ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶାର କଳା ସାରା ବିଶ୍ୱରେ ପରିଚିତ । ଓଡ଼ିଶାର କଳା ସଂସ୍କୃତି ଦେଖିବାକୁ କାହିଁ କେଉଁଆଡ଼ୁ ପର୍ଯ୍ୟଟକ ଆସୁଛନ୍ତି । କଳାର କ୍ଷୟ ନାହିଁ କି ବିଲୟ ନାହିଁ ବୋଲି ମତ ରଖିଥିଲେ ମନ୍ତ୍ରୀ । ସେହିପରି ମୁଖ୍ୟ ବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, '' ଆମ କଳା ସଂସ୍କୃତି ଅନନ୍ୟ । କଳା ସଂସ୍କୃତି ପାଇବାକୁ ହେଲେ କେବଳ ସରକାର ପ୍ରଚେଷ୍ଟା କଲେ ହେବନି । ସମସ୍ତେ ଆଗେଇ ଆସିଲେ ଆମ କଳା ସଂସ୍କୃତି ଆଗକୁ ଯାଇପାରିବ । ଦିଲ୍ଲୀରେ ହେବାକୁ ଥିବା ଜି ୨୦ର ଶେଷ ଅଧିବେଶନରେ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱରେ ପରିଚିତ କରିବା ପାଇଁ ରଘୁରାଜପୁର ଏଥିରେ ସାମିଲ ହେବ । ''

ଅନ୍ୟପଟେ ଏହିଭଳି ମହୋତ୍ସବ ମାଧ୍ୟମରେ କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ପକ୍ଷରୁ ଲୋକକଳାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଇଛି । ଲୋକକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ପ୍ରକାଶ କରିଥିଲେ ।

ଅନ୍ୟ ଅତିଥିଙ୍କ ମଧ୍ୟରେ ଓଟିଡ଼ିସିର ଅଧ୍ୟକ୍ଷ ଲେଲିନ୍ ମହାନ୍ତି, ଷ୍ଟେଟ୍ ବୋର୍ଡ଼ର ଚେୟାରମ୍ୟାନ ପ୍ରସନ୍ନ ପାଟ୍ଟଶାଣୀ, ଓ.ଏସ୍‌.ଡ଼ି ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଅଂଶୁମାନ ରଥ, ଯୁଗ୍ମ କମିସନ୍‌ର ବି.ଡ଼ି.ଏ ଶ ଶ୍ୱେତ କୁମାର ଦାସ, ଡ଼େପୁଟି କମିଶନର୍ ବି.ଇ.ଏମ୍‌.ସି ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.