ETV Bharat / state

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିସ୍ତାର‘ - ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଏହି ପୁରସ୍କାରର କାର୍ଯ୍ୟକାରିତା ନିମନ୍ତେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

mukhyamantri shikhya puraskar
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
author img

By

Published : Jul 4, 2023, 9:10 PM IST

ଭୁବନେଶ୍ବର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନିମନ୍ତେ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଠାରେ ଏକ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି ।

ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ପୁରାତନ ଛାତ୍ର ସଂସଦ ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ଡିଆଇଇଟି ପୁରସ୍କାର ଏବଂ ସିଆରସିସି, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ପୁରସ୍କାର ଆଦି ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଏହି ଶିକ୍ଷା ପୁରସ୍କାରର ସବିଶେଷ ବିବରଣୀ ଡିଆଇଇଟିର ଅଧ୍ୟକ୍ଷମାନଙ୍କୁ ପ୍ରଦାନ କରାଯାଇଛି । ଏହାସହ ସମସ୍ତ ଅଂଶ ଗ୍ରହଣକାରୀମାନଙ୍କୁ ପୁରସ୍କାର ସମ୍ବନ୍ଧୀୟ ମୁଖ୍ୟ ପ୍ରଶିକ୍ଷଣ ପୁସ୍ତିକା ଓ ଅନ୍ୟାନ୍ୟ ମୁଦ୍ରଣ ସାମଗ୍ରୀ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ଆୟୋଜିତ ହେଉଥିବା କ୍ଲଷ୍ଟର ବୈଠକ ଗୁଡିକରେ ଉକ୍ତ ଡିଆଇଇଟି ଅଧ୍ୟକ୍ଷମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ଧାରଣା ପ୍ରଦାନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ: ୭୦ଟି ଯୁକ୍ତ ଦୁଇ ରେସିଡେନ୍ସିଆଲ ସ୍କୁଲ ଖୋଲିବାକୁ ଅନୁମତି

ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଥିବା ଶିକ୍ଷା ପୁରସ୍କାରର ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌. ପୁରସ୍କାର ସମ୍ବନ୍ଧରେ ପ୍ରାରମ୍ଭିକ ଧାରଣା ପ୍ରଦାନ କରିଛନ୍ତି । ଏହା ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିସ୍ତାର ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର କାର୍ଯ୍ୟକାରିତା, ଏଫଏଲଏନ୍‌ ମଡେଲଗୁଡିକର ପ୍ରଚଳନ, ସିଆରସିସିମାନଙ୍କର ମାସିକ କ୍ଲଷ୍ଟର ବୈଠକ ଓ ଡିଆଇଇଟିର ତତ୍ତ୍ୱାବଧାନ ଭଳି ମୁଖ୍ୟତଃ ୪ଟି ବିଷୟ ଉପରେ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍‌ ଗୁରୁତ୍ୱାରୋପ କରିଛନ୍ତି । ଏଥିରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ ପାଢ଼ୀ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମରଜିତ ଜେନା, ମୋ ସ୍କୁଲର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.