ETV Bharat / state

ଦିନ ଦିପହରେ ଚେନ ଲୁଟି ନିର୍ଧୁମ ଛେଚା ଖାଇଲେ 2 ଲୁଟେରା

କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଲୁଟେରାଙ୍କ ଦୌରାତ୍ମ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ଦୁଇଜଣ ଲୁଟେରା ଚେନ ଝାମ୍ପି ପଳାଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡି ନିର୍ଧୁମ ଛେଚା ଖାଇ ଗିରଫ ହୋଇଛନ୍ତି ।

author img

By

Published : May 2, 2020, 4:20 PM IST

two-chain-lootera-arrested-in-khordha
ଚେନ ଲୁଟେରାଙ୍କୁ ନର୍ଧୁମ ଛେଚିଲେ ଲୋକେ

ଖୋର୍ଦ୍ଧା: ଚେନ ଲୁଟେରାଙ୍କୁ ନିର୍ଧୁମ ଛେଚିଲେ ଲୋକେ। କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଲୁଟେରାଙ୍କ ଦୌରାତ୍ମ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ଦୁଇଜଣ ଲୁଟେରା ଚେନ ଝାମ୍ପି ପଳାଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡି ନିର୍ଧୁମ ଛେଚିଲେ ଲୋକେ । ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

ଚେନ ଲୁଟେରାଙ୍କୁ ନର୍ଧୁମ ଛେଚିଲେ ଲୋକେ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କଣାସ ଅଞ୍ଚଳରୁ ଭାଇ ଭଉଣୀ ନିଜ ଛୁଆକୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ସିଆଳିଆ ରାସ୍ତାରେ ଦୁଇ ଜଣ ଲୁଟେରା ଏକ ଆପାଚି ମଟର ସାଇକେଲରେ ଆସି ଭଉଣୀ ବେକରେ ଲଗାଇଥିବା ସୁନା ଚେନ ଝାମ୍ପି ନେଇ ପଳାଇଥିଲେ । କିନ୍ତୁ ବାଟରେ ଏକ ସାଇକେଲ ସହ ମଟର ସାଇକେଲ ଧକ୍କା ହୋଇ ପଡିଯିବାରୁ ସ୍ଥାନୀୟ ଲୋକମାନେ ଧରି ନିର୍ଧୁମ ଛେଚି ତାଙ୍କ ଗାଡ଼ି ପୋଡିଦେଇଛନ୍ତି । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.