ETV Bharat / state

ଜଙ୍ଗଲରେ ବୁଲୁଛନ୍ତି କଳାବାଘ ଯୋଡ଼ି, କ୍ୟାମେରାରେ କଏଦ

author img

By ETV Bharat Odisha Team

Published : Dec 3, 2023, 1:47 PM IST

ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ । କ୍ୟାମେରା ଟ୍ରାପ୍‌ରେ କଏଦ୍ କଳା ରଙ୍ଗର ମହାବଳ ବାଘ । ଅଧିକ ପଢନ୍ତୁ

ଜଙ୍ଗଲରେ ବୁଲୁଛନ୍ତି କଳାବାଘ ଯୋଡ଼ି
ଜଙ୍ଗଲରେ ବୁଲୁଛନ୍ତି କଳାବାଘ ଯୋଡ଼ି

ଭୁବନେଶ୍ବର: ଜଙ୍ଗଲରେ ବୁଲୁଛନ୍ତି କଳାବାଘ ଯୋଡ଼ି । ବନ ବିଭାଗ କ୍ୟାମେରାରେ କଏଦ ହେଲା ଦୁଇ ବିରଳ କଳା ମହାବଳ ବାଘ । ଏନେଇ ଏକ୍ସରେ ସୂଚନା ଦେଲେ PCCF ସୁଶାନ୍ତ ନନ୍ଦ । କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖା ଦେଇଥିଲା କଳା ବାଘ ।
ବନ ବିଭାଗ କ୍ୟାମେରାରେ କଏଦ ହେଲା କଳା ମହାବଳ ବାଘ ଯୋଡି । କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖା ଦେଇଥିଲା ଏହି ବିରଳ କଳା ବାଘ । ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏହି କଳା ବାଘକୁ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ.. କ୍ୟାମେରା ଲେନ୍ସରେ କଳା ବାଘ, ଏପରି ପରାମର୍ଶ ଦେଲେ ପିସିସିଏଫ

ପ୍ରକାଶଯୋଗ୍ୟ, କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖିବାକୁ ମିଳିଥିଲା କଳା ରଙ୍ଗର କଲରା ପତରିଆ ବାଘ । ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ ଏହି ବିରଳ କଳା ରଙ୍ଗର ବାଘ କ୍ୟାମେରା ଲେନ୍ସରେ ଠାବ ହୋଇଥିଲା । ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, "ଏହା କୌଣସି ଅସ୍ବାଭାବିକ ନୁହେଁ । ଏହା ଏକ ମେଲାନଷ୍ଟିକ ବାଘ । ସିକ୍ରେସନ୍ ପିଗମେଣ୍ଟ ଅଧିକା ହେବା କାରଣରୁ ତା ଶରୀରରେ ଥିବା ଛିଟ ଦାଗ ଦେଖାଯାଏନି ବା ହଳଦିଆ ରଙ୍ଗ ଲୁଚିଯାଏ ଓ ବାଘଟି କଳା ରଙ୍ଗର ଦେଖାଯାଏ । ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ତେଣୁ ଏହା ନୂଆ କଥା ନୁହେଁ । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା । କିନ୍ତୁ ବାଘ କଳା ହେବା ଦ୍ଵାରା ଏହାର ବଂଶ ବୃଦ୍ଧି ହେବ ତାର କୌଣସି ନିର୍ଦ୍ଦିଷ୍ଟ ନାହିଁ । କିନ୍ତୁ ବାଘର ରଙ୍ଗ କଳା ହେଲେ ପରିବେଶରେ ତିଷ୍ଠି ରହିବା ତା ପାଇଁ ସମସ୍ୟା ହୋଇଯାଏ ।"

ତେବେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଏହି ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର ୮ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳିଛି । କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ବିରଳ କଳାବାଘ ଦେଖିବାକୁ ମିଳିଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.