ଖୋର୍ଦ୍ଧା: ପକ୍ଷୀ ଶିକାରୀଙ୍କୁ ଗିରଫ କଲା ପୋଲିସ । ବିଦେଶୀ ପକ୍ଷୀ ଶିକାର ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ।
ଶୀତର ଆଗମନରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଚିଲିକା ବକ୍ଷକୁ ହଜାର ହଜାର ମାଇଲ ଅତିକ୍ରମ କରି ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ। ସେହିପରି ଏମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରି ସଜାଗ ରହିଛି । କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ଶିକାର କରି ମାଲାମାଲ ହେଉଛି ଶିକାରୀ । ଚିଲିକା ଭିତରେ ଥିବା ଦଳ ଓ ନାଡ଼ରେ ବିଷ ଦେଇ ପକ୍ଷୀ ଶିକାର କରୁଛି ଶିକାରୀ ।
ସେହିଭଳି ଆଜି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ବରପଲିଆ ଓ ବାଲିପାଟପୁର ଠାର ଚଢ଼ାଉ କରି 9ଟି ମୃତ ବିଦେଶୀ ପକ୍ଷୀ ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ବ୍ରହ୍ମଗିରି ଥାନା ଅଞ୍ଚଳର ନରହରି ଭୋଇ ଏବଂ ଅଶୋକ ଭୋଇ ବୋଲି ଟାଙ୍ଗି ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ