ETV Bharat / state

ବିଦେଶୀଙ୍କ କବଜାରେ ରାଜ୍ୟବାସୀଙ୍କ ଅର୍ଥ, ୧୦୦୦ କୋଟିର ଅନଲାଇନ ଚିଟଫଣ୍ଡ ଠକେଇ !

କ୍ରାଇମବ୍ରାଞ୍ଚ (ଇଓଡବ୍ଲୁ) କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ରାକେଟ । ଅନଲାଇନ ବେଟିଂ ଆପରେ ଟଙ୍କା ବିନିଯୋଗ କରି ଗଞ୍ଜାମ ଜିଲ୍ଲାରୁ ୮୫୧ଜଣ ୬୫ଲକ୍ଷ ହରାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Feb 25, 2023, 9:38 AM IST

ଅନଲାଇନ ବେଟିଂ ଚିଟଫଣ୍ଡ ରାକେଟ
online betting chit fund racket
କ୍ରାଇମବ୍ରାଞ୍ଚ କବଜାରେ ଚିଟଫଣ୍ଡ ଠକ

ଭୁବନେଶ୍ବର: ବାଜିରେ‌ ଲାଗିଛି ଯୁବପିଢିଙ୍କ ଟଙ୍କା । ଅଧିକ ସୁଧ ଓ ମୁନାଫା ଆଳରେ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବିଦେଶରେ ଥାଇ ରାଜ୍ୟରେ କଳାକନା ବୁଲାଇଛନ୍ତି ଠକ । ଅନଲାଇନ ଆପ ଜରିଆରେ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ ବହୁ ଲୋକଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚ । କୋଲକାତାରୁ ଉଭୟଙ୍କୁ ଗିରଫ କରାଯାଇଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ଏମଡି ହକିମ ଓ ରୁସ୍ତମ ଖାନ ।

କେବଳ ଗଞ୍ଜାମ ଜିଲ୍ଲାରୁ ୮୫୧ଜଣ ରାକେଟ ଶିକାରରେ ଫସି ୬୫ଲକ୍ଷ ହରାଇଛନ୍ତି । ସେମାନଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଏହି ଠକେଇ ଘଟଣାର ତଦନ୍ତ କରୁଛି । ତେବେ ଏଯାବତ ୧୭ ଆକାଉଣ୍ଟରୁ ୧୦୫ କୋଟି ଠାବ ହୋଇଛି । ଆଇଜିଙ୍କ ସୂଚନା ମୁତାବକ, ୨୦୨୦ରୁ ଅପରେଟ ହେଉଛି ଏହି ବିରାଟ ରାକେଟ । ବିଦେଶରୁ ଥାଇ ଠକମାନେ ଅନଲାଇନରେ ବେଟିିଂ ଓ ଅନଲାଇନ ପୁଞ୍ଜି ନିବେଶ ଆଳରେ ଠକେଇର ମାୟାଜାଲ ବିଛାଇଛନ୍ତି । ପ୍ରଥମେ ଏମାନେ ଏକ ଅନଲାଇନ ଲିଙ୍କ ପଠାଇ ସେଥିରେ ରେଫରାଲ କରି ଅନ୍ୟକୁ ପଠାଇଲେ । ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ମିଳିବା ସହ ଅନଲାଇନରେ ରହି ଫୁଟବଲ ହେଉ ବା କ୍ରିକେଟ ମ୍ୟାଚ୍ ଆଦିରେ ବେଟିଂ ଲଗାଇଲେ ସେହି ଅନୁସାରେ ଆପଣଙ୍କ ବିନିଯୋଗ ଟଙ୍କା ଦ୍ଵିଗୁଣା ହେବ ନଚେତ ୧୦ ପ୍ରତିଶତ କମିଶନ ହିସାବରେ ମୁନାଫା ମିଳିବ ବୋଲି ଲୋକଙ୍କୁ ଆଳ ଦେଖାଇ ବିଶ୍ବାସ ଜନ୍ମାଇଥିଲେ ।

ଜଣଙ୍କ ପିଛା ୧ଲକ୍ଷ ଠାରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ବିନିଯୋଗ ହୋଇଥିଲା । ଜମାକାରୀଙ୍କ ସଂଖ୍ୟା ବଢିବାରୁ ହଠାତ ଉଭାନ ହୋଇଯାଉଥିଲା । ଜମାକାରୀମାନେ ସେମାନଙ୍କ ସହ କୌଣସି ଯୋଗାଯୋଗ ମଧ୍ୟ କରିପାରୁନଥିଲେ । ଏହିପରି ଭାବେ ଗଞ୍ଜାମର ୮୫ଜଣ ଜମାକାରୀ ୬୫ଲକ୍ଷ ଟଙ୍କାର ଠକେଇ ଅଭିଯୋଗ‌ ଆଣିଥିଲେ । ଅଭିଯୋଗ ଆଧାରରେ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଥିଲା । କୋଲକାତାରେ ଦୁଇ ଜଣ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଏଭଳି ଠକୁଥିବା ଇଓଡବ୍ଲୁକୁ ସୁରାକ ମିଳିଥିଲା । ତଦନ୍ତ ବେଳେ ଜଣାପଡିଲା ଯେ, ୧୭ଟି ଆକାଉଣ୍ଟରେ ୧୦୫ କୋଟିର‌ କାରବାର‌‌ ହୋଇଛି । ତେବେ ଠକେଇ କାରବାର ୧୦୦୦କୋଟି ଟପିପାରେ ବୋଲି ଇଓଡବ୍ଲୁ ସନ୍ଦେହ କରୁଛି ।

ଦୁବାଇରେ ଥାଇ ଚାଇନିଜ ଠକ ଏପରି ଠକାମୀର‌ ଜାଲ ବିଛାଇଛନ୍ତି । ଅନଲାଇନ ଆପ ଚୀନ କମ୍ପାନୀ ରେଜିଷ୍ଟ୍ରେସନରେ ଖୋଲି ଠକେଇ କରାଯାଉଥିଲା ଏବଂ ଦୁବାଇରୁ ଏହି ରାକେଟ ଅପରେଟ ହେଉଥିଲା । ଏହି ଘଟଣା ନେଇ ଇଓଡବ୍ଲୁ ତଦନ୍ତ କରୁଥିବା ବେଳେ ସିବିଆଇ ଓ ଇଣ୍ଟରପୋଲ ସହାୟତାରେ ଏହି ଠକଙ୍କ ରାକେଟର ଚେର ଖୋଜିବାକୁ ପ୍ରୟାସ କରାଯାଉଛି । ତେବେ ଏପରି ଅନଲାଇନରେ ବେଟିଂ ଆଶାରେ ଟଙ୍କାର ଲୋଭ ଦେଖାଇ ଟଙ୍କା ବିନିଯୋଗ କରୁଥିବା ସଂସ୍ଥାର‌ ଲୋଭରେ ନପଡ଼ି ଟଙ୍କା ବିନିଯୋଗ ନ କରିବାକୁ ଇଓଡବ୍ଲୁ ଆଇଜି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.