ETV Bharat / state

ସୋ' ରୁମ୍‌ରୁ ଚୋରି କରି ବାହାରେ ବିକ୍ରି, ରାଜଧାନୀରେ ମାତିଲେ ପୋଷାକ ଚୋର

author img

By ETV Bharat Odisha Team

Published : Oct 22, 2023, 6:56 AM IST

ପାର୍ବଣରେ ରାଜଧାନୀରେ ମାତିଲେ ପୋଷାକ ଚୋର । ଚୋରି ପୋଷାକ ବିକ୍ରି ବେଳେ ମାଡି ବସିଲା ପୋଲିସ । ଏହି ଘଟଣାରେ ଜଣେ ନାବଳକ ସମ୍ପୃକ୍ତ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ରାଜଧାନୀରେ ମାତିଲେ ପୋଷାକ ଚୋର, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପାର୍ବଣରେ ରାଜଧାନୀରେ ମାତିଲେ ପୋଷାକ ଚୋର । ରାଜଧାନୀର ଏକ ଡ୍ରେସ୍‌ ସୋରୁମକୁ ଲୁଟିଛନ୍ତି ଚୋର । ଚୋରି ପୋଷାକ ଅନ୍ୟତ୍ର ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ପୋଲିସ । ଖଣ୍ଡିଗରି ଥାନା ଅଞ୍ଚଳର 'ଏ ଏସ ଫେସନ' ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଚୋର ଜଣକ ଡୁମୁଡୁମାରେ ଅଞ୍ଚଳରେ ବିକ୍ରି କରୁଥିବା ବେଳେ କମିଶନରେଟ ପୋଲିସ ହାତରେ ଧରା ପଡିଛି । ଅଭିଯୁକ୍ତ ସୋମନାଥ ବେହେରା ପାଖରୁ ଚୋରି ଜିନିଷ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୁଚନାଯୋଗ୍ୟ ଗତ ୧୯ତାରିଖରେ ଖଣ୍ଡିଗରି ଥାନା ଆଇଗିଣିଆ, ଆଳୁଗଦି ମାର୍କେଟ ଅଞ୍ଚଳରେ ରହିଥିବା 'ଏ ଏସ ଫେସନ'ନାମକ ଡ୍ରେସ ଦୋକାନରୁ ଚୋରି ହୋଇଥିଲା । ଉକ୍ତ ଦୋକାନର ମାଲିକ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଦୋକାନର କବାଟ ଭାଙ୍ଗା ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । କିଛି ଦୁର୍ବୃତ୍ତ ଦୋକାନରେ ପଶି ବିକ୍ରି ପାଇଁ ଥିବା ପୋଷାକ, ବ୍ୟାଗ, ଚପଲ ଆଦି ଚୋରି କରିଥିଲେ । ପୋଲିସ ଏହି ଘଟଣାରେ ପାରିପାର୍ଶିକ ପ୍ରମାଣ ସଂଗ୍ରହ କରିଥିଲା । ପରେ ଏହି ଘଟଣାରେ‌ ଚୋରି ହୋଇଥିବା ଜିନିଷର କିଛି ନମୁନା ସଂଗ୍ରହ କରି ପୋଲିସ ତଦନ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ....ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍‌

ତେବେ ପୋଲିସ ସନ୍ଦେହ କରିଥିଲା ଯେ, ପୋଷାକ ଚୋରି କରିଥିବା ଚୋର ହୁଏତ ପିନ୍ଧିବା ପାଇଁ ନଚେତ ବିକ୍ରି ପାଇଁ ନେଇଥିବ । ତେଣୁ ରାସ୍ତା କଡ଼ରେ ଡ୍ରେସ୍‌ ବିକ୍ରି ହେବା ସନ୍ଦେହ କରି ପୋଲିସର ଏକ ଟିମ୍ ଆଖପାଖ ଅଞ୍ଚଳରେ ଛାନଭିନ କରିଥିଲା । ପୋଲିସ ପୋଷାକର କିିଛି ଫଟୋକୁ ଧରି ଗ୍ରାହାକ ବେଶରେ ଅନେକ ଦୋକାନକୁ ଯାଇ ତଦନ୍ତ କରିଥିଲା ।

ହେଲେ ଅଭିଯୁକ୍ତ ସୋମନାଥ ବେହେରା ଡୁମୁଡୁମା ମାର୍କେଟ ପାଖରେ ଜଣେ ନାବାଳକକୁ ବସାଇ ଚୋରି ପୋଷାକ ବିକ୍ରି କରୁଥିଲା । ଏନେଇ ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ଚଢାଉ କରିଥିଲା । ବିକ୍ରି କରୁଥିବା ନାବାଳକ ସହ ସୋମନାଥକୁ ଥାନାକୁ ନେଇ ପଚରାଉଚରା ବେଳେ ସବୁ ସତ ମାନିଥିଲା । ଏନେଇ ଭରତପୁର ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୋମନାଥ ଓରଫ ଜଗା ବେହେରାକୁ କୋର୍ଟ ଚାଲାଣ କରିବା ସହ ନାବାଳକକୁ ସୁଧାର‌ ଗୃହକୁ ପଠାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.