ETV Bharat / state

ଭିସୁଟ ଛାତ୍ରୀ ମୃତ୍ୟୁର ସତ ଖୋଜିବ ମେସିନ, ପ୍ରୀତିମାନଙ୍କ ହେଲା ଲାଏ ଡିଟେକ୍ସନ ଟେଷ୍ଟ - ପ୍ରୀତିମାନ

ଭିସୁଟ ଛାତ୍ରୀ ଆତ୍ମହତ୍ୟା ଘଟଣା । ପ୍ରୀତିମାନ ଓ ତାଙ୍କ ବନ୍ଧୁଙ୍କ ହେଲା ଲାଏ ଡିଟେକ୍ସନ ଟେଷ୍ଟ । ଏହାପରେ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଇଛି । ଅଧିକ ପଢନ୍ତୁ

polygraph test
polygraph test
author img

By

Published : Mar 4, 2023, 8:12 PM IST

ଭିସୁଟ ଛାତ୍ରୀ ମୃତ୍ୟୁର ସତ ଖୋଜିବ ମେସିନ

ଭୁବନେଶ୍ବର: ସମ୍ବଲପୁର ଭିସୁଟ ଛାତ୍ରୀ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ମୃତ୍ୟୁର କାରଣ ଖୋଜିବାକୁ ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ । ମୃତ ଛାତ୍ରୀ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଓ ତାଙ୍କ ସାଙ୍ଗ ମାନସ ଟୁଡୁର ଆଜି ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଏମାନଙ୍କୁ ହତ୍ୟାକାଣ୍ଡ ନେଇ ପୋଲିସ ବିଭିନ୍ନ ଦିଗକୁ ନଜରରେ ରଖି ପ୍ରଶ୍ନ କରିଛି । ତେବେ ଅଭିଯୁକ୍ତମାନେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛି ପୋଲିସ ।

ଅସଲରେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ଚିନ୍ମୟୀଙ୍କ ସହ କଣ ଘଟିଥିଲା ସେ ଦିନ ? କିପରି ବ୍ୟାରେଜ ତଳକୁ ଡେଇଁଲେ ଚିନ୍ମୟୀ ନା ତାଙ୍କୁ ଠେଲି ଦିଆଯାଇଥିଲା ? ତାଙ୍କ ବେକରେ ଥିବା ଦାଗର ଅସଲ ସତ କଣ ? କଣ ଚିନ୍ମୟୀଙ୍କ ସହ ପ୍ରୀତିମାନର ଝଗଡ଼ା ହୋଇଥିଲା ? ପ୍ରୀତିମାନ କଣ ଅସଲରେ ଜଣେ ହତ୍ୟାକାରୀ ? ଏସବୁର ସତ ଖୋଜିବ ଲାଏ ଡିଟେକ୍ସନ ମେସିନ୍ । ଏନେଇ ପ୍ରୀତିମାନ ଓ ଅନ୍ୟ ଜଣେ ଯୁବକ ମାନସ ଟୁଡୁ ଦୁହିଁଙ୍କୁ ଆଣି ଫରେନ୍ସିକ ଲ୍ୟାବରେ ହୋଇଛି ଟେଷ୍ଟ । ଉଭୟ ସାଙ୍ଗକୁ ବୁର୍ଲା ପୋଲିସ ଦ୍ବାରା ପ୍ରସ୍ତୁତ ହୋଇଥିବା କିଛି ଅସମାହିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଭୟ ।

ତେବେ‌ ପଲିଗ୍ରାଫ ମେସିନ ଜରିଆରେ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ସମୟରେ ତାଙ୍କର ଫଲ୍ସ ରେଟ ହାର୍ଟବିର୍ଟ ଓ ବଡ଼ି ଲାଙ୍ଗୁଏଜରୁ ମେସିନ ଧରିପାରି ସେମାନେ ‌କେତେ ମିଛ ଓ କେତେ ସତ କହୁଛନ୍ତି । ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ପଛରେ ଲାଗି ରହିଥିବା ସସପେନ୍ସରୁ କେବେ ପରଦା ହଟାଉଛି ପୋଲିସ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଏହି ଘଟଣା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବୟାନ ରଖି କହିଥିଲେ, "ପୋଲିସ ଘଟଣାକୁ ଭିନ୍ନ ଦିଗ ଦେବାକୁ ଚେଷ୍ଟା କରୁଛି । କାରଣ ପ୍ରୀତିମାନର ବାପା ଗୃହ ବିଭାଗର ଜଣେ ଅତିରିକ୍ତ ସଚିବ ଅଛନ୍ତି। ତେଣୁ ଯେଉଁ ଗୃହ ବିଭାଗ ଅଧୀନରେ ବାପା ଉଚ୍ଚ ପଦସ୍ଥ ଅଧିକାରୀ ସେହି ବିଭାଗ ତାଙ୍କର ପୁଅକୁ କିପରି ପୋଲିସ ତଦନ୍ତ କରି ସତ ଆଣିବ ।"

ଏହା ବି ପଢନ୍ତୁ- ବାପା ଝିଅ ସମ୍ପର୍କରେ କଳଙ୍କ, ୧୨ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପା

ଅନ୍ୟପଟେ ଏନେଇ ପୋଲିସ ମଧ୍ୟ ତଦନ୍ତ ଚଳାଇଥିବା ବେଳେ ଶୁକ୍ରବାର ବୁର୍ଲା ପୋଲିସର ଏକ ଟିମ ଆସି ଚିନ୍ମୟୀ ରହୁଥିବା ଭଡାଘରୁ କିଛି ତଥ୍ୟ ହାସଲ କରିଥିଲା । ଏପରିକି ସେହି ଭଡ଼ାଘରେ ସାମ୍ନାରେ ପ୍ରୀତିମାନର ଘର ହୋଇଥିବା ବେଳେ ଏନେଇ ପ୍ରତିଭାଧର ମା' କହିଥିଲେ ଯେ ତାଙ୍କ ପୁଅ ସାହାଯ୍ୟ କରିବାକୁ ଯାଇ ଚିନ୍ମୟୀ ପାଇଁ ଅଡୁଆ ହେଲା । କାରଣ ତାଙ୍କ ପୁଅ ଜଣେ ସାହାଯ୍ୟକାରୀ ମନୋବୃତ୍ତି ରଖୁଥିବା ପିଲା । ସେ ଚିନ୍ମୟୀର ଭଲ ସାଙ୍ଗ ଥିଲେ। ଉଭୟ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ହେଉଥିଲେ । ତେବେ ଉଭୟଙ୍କ ମଧ୍ୟରେ କଣ ଘଟିଛି ସେ ଜାଣିନଥିବା କହିଛନ୍ତି। ତାଙ୍କ ପୁଅ କେବେ ହତ୍ୟା କରିନାହିଁ ବୋଲି ସେ କହିଛନ୍ତି ।

ଘଟଣାର‌ ତଦନ୍ତ ହେଉ ସତ ସାମ୍ନାକୁ ଆସୁ ବୋଲି ଦାବି କରିଛନ୍ତି ପ୍ରୀତିମାନଙ୍କ ମାଆ । ତେବେ ଲାଏ ଡିଟେକ୍ସନ ଟେଷ୍ଟ ପରେ ଏ ନେଇ ସ୍ପଷ୍ଟ ହେବ । ହେଲେ ସମାବର୍ତ୍ତନ ଉତ୍ସବକୁ ଯୋଗ ଦେବାକୁ ଯାଇ ଯେଉ ଦିନ ରାତି ୯ଟାରେ ଭୁବନେଶ୍ବର ଫେରିବା କଥା ସେଦିନ କିଏ କିଏ ଯାଇଥିଲେ କେଉଁ ସ୍ଥାନରୁ ଉଦ୍ଧାର ହୋଇଥିଲା ଚିନ୍ମୟୀର‌ ମୃତଦେହ? ଏନେଇ ଚିନ୍ମୟୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମୋବାଇଲର ତଥ୍ୟ ଆଧାରରେ ପୋଲିସ ତଦନ୍ତ ଚଳାଇଛି । ଏପଟେ ପୁରୁଷ ବନ୍ଧୁ ଓ ତାଙ୍କ ବନ୍ଧୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କଣ ତଥ୍ୟ ଆସୁଛି ତାହା ଉପରେ ଚିନ୍ମୟୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.