ETV Bharat / state

ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ଚୋରି, ୨୨ ଗୋଟି ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ - ୨୨ ଗୋଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ

ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି l ମନ୍ଦିରରୁ ୨୨ ଗୋଟି ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୃତ୍ତ l ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ...

ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ଚୋରି, ୨୨ ଗୋଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ

author img

By

Published : Dec 22, 2020, 10:22 AM IST

ଖୋର୍ଦ୍ଧା: ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି l ମନ୍ଦିରରୁ ୨୨ ଗୋଟି ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୃତ୍ତ l ସୂଚନା ମୁତାବକ, ଆଜି(ମଙ୍ଗଳବାର) ଭୋର ସମୟରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ତେବେ ମନ୍ଦିରରେ ଥିବା ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ଦେଖିଥିଲେ ପୂଜକ । ସେଥିମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ମୂର୍ତ୍ତି ଆଦି ପ୍ରମୁଖ l

ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ଚୋରି, ୨୨ ଗୋଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ

ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇଥିଲେ ଏବଂ ଦେବୋଦତ୍ତର କମିଟି ବାଣପୁର ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ ଓ ପୋଲିସ ଦଳ ପହଁଚି ତନାଘନା ଆରମ୍ଭ କରିବା ସହ ବିଭିନ୍ନ ଟିମ ତିଆରି କରି ତଦନ୍ତ ଜାରି ରଖିଛନ୍ତି l କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ ସହ ବିଭାଗୀୟ ଉଚ୍ଚ ଅଧିକାରୀ ପହଁଚିବେ ବୋଲି ସୂଚନା ଦେଇଛନ୍ତି ଆଇ ଆଇ ସି l ବର୍ତମାନ ମନ୍ଦିର ପରିସରରେ ଏସ.ଆଇ ବିଜୟ ମଲ୍ଲିକ, ରାଜକିଶୋର ବେହେରା, ଏ.ଏସ.ଆଇ ବସନ୍ତ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ଘଟଣାର ଖୋଲତାଡ଼ ଆରମ୍ଭ କରୁଛନ୍ତି l

ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦୁଇ ଥର ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା l ତେବେ ଦେବୋଦତ୍ତର କମିଟି ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅବହେଳା ଲାଗି ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି । ଏପଟେ ଚୋରକୁ ଧରିବା ପାଇଁ ବାଣପୁର ପୋଲିସ ତଦାରଖ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.