ETV Bharat / state

ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ଚୁକ୍ତି: ବିଭିନ୍ନ ରୁଟରେ ଚାଲିବ ୨୩ ବସ, ଧନ୍ୟବାଦ ଜଣାଇଲେ ଗମାଙ୍ଗ

author img

By

Published : Feb 24, 2023, 8:30 AM IST

ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବିଭିନ୍ନ ରୁଟରେ ଚାଲିବ ୨୩ ବସ୍ । TSRTC ଓ OSRTC ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । ଅଧିକ ପଢନ୍ତୁ

ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବସ୍ ଚଳାଚଳ ଚୁକ୍ତି

ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ଚୁକ୍ତି

ଭୁବନେଶ୍ବର: ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବସ୍ ଚଳାଚଳ ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ହାଇଦ୍ରାବାଦ ବସ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ, ଉଭୟ ରାଜ୍ୟର ବିଭିନ୍ନ ରୁଟରେ ଉଭୟ ପକ୍ଷର ୨୩ଟି ବସ୍ ଚଳାଚଳ କରିବ । ଓଏସଆରଟିସିର ୧୩ଟି ଓ ଟିସଆରଟିସିର ୧୦ଟି ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଏହି ଅନ୍ତଃରାଜ୍ୟ ବସ୍ ସେବା ଚଳାଚଳ ଲାଗି ଓଡ଼ିଶାର ବିଆରଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଚୁକ୍ତିନାମା ସ୍ବାକ୍ଷର ସମୟରେ ଟିଆରଏସଟିସି ଅଧ୍ୟକ୍ଷ ତଥା ବିଧାୟକ ବାଜିରେଡି ଗୋବର୍ଦ୍ଧନ, ଟିଆରଟିସି ଏମଡିଭିସି ସାଜନାର, ଓଏସଆରଟିସି ଏମଡି ଦୀପ୍ତେଶ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଚୁକ୍ତି ଅନୁସାରେ କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାକୁ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରୁ ବସ୍ ଚଳାଚଳ କରିବ । ଜୟପୁର-ହାଇଦ୍ରାବାଦ, ନବରଙ୍ଗପୁର-ହାଇଦ୍ରାବାଦ, ରାୟଗଡ଼ା-ଖମାମ, ଜୟପୁର-ଭଦ୍ରାଚଳମ, ଭଦ୍ରାଚଳମ-ଜୟପୁର, ଖମାମ-ରାୟଗଡ଼ା, ରାୟଗଡ଼ା-କରିମନଗର, ଭବାନୀପାଟଣା-ବିଜୟୱାଡା ଆଦି ରୁଟରେ ବସ୍ ଚାଲିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବସ୍ ଚଳାଚଳ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ବହୁବାର ଉଭୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି । ତେବେ ବିଶେଷ କିଛି ପ୍ରଭାବ ପଡିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ବିଆରଏସରେ ଯୋଗ ଦେବା ଅବସରରେ ଏହି ଦାବି ଦୋହରାଇଥିଲେ । ଏହି ଦାବି କିଛିଦିନ ମଧ୍ୟରେ ପୂରଣ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାକୁ ତେଲେଙ୍ଗାର ବିଭିନ୍ନ ଅଞ୍ଚଳ ମଧ୍ୟରେ ବସ ଚଳାଚଳ ପାଇଁ ଉଭୟ ସରକାର ସହମତି ପ୍ରକାଶ କରିଛନ୍ତି । ଏନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଚୁକ୍ତି ସ୍ବାକ୍ଷର ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ କହିଛନ୍ତି, ''ଓଡ଼ିଶାବାସୀଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ କେସିଆର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ୧୦ ଦିନ ମଧ୍ୟରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । ଏହାଦ୍ୱାରା କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ।'' ସେ ଏହି ପଦକ୍ଷେପ ନେଇଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ‌ଜ୍ଞାପନ କରିଛନ୍ତି । ଦକ୍ଷିଣ ଓଡ଼ିଶାବାସୀ ବହୁଳ ଭାବେ ତେଲେଙ୍ଗାନା ଓ ହାଇଦ୍ରାବାଦ ଉପରେ ନିର୍ଭରଶୀଳ । ଏମିତି କି ଦକ୍ଷିଣ ଓଡ଼ିଶାର ଅନେକ ଲୋକ ଉଭୟ ରାଜ୍ୟରେ ବସବାସ କରୁଛନ୍ତି । ବସ୍ ସେବା ଦ୍ବାରା ଲୋକମାନେ ଉପକୃତ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.