ETV Bharat / state

ସ୍କୁଟିକୁ ପଛପଟୁ ପିଟିଲା ଟ୍ରକ, ଜଣେ ମୃତ

author img

By

Published : Feb 17, 2021, 11:24 AM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ଗୋବିନ୍ଦପୁର ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଜଣେ ଆହତ । ଅଧିକ ପଢନ୍ତୁ...

ସ୍କୁଟିକୁ ଧକ୍କା ଦେଲା ଟ୍ରକ
ସ୍କୁଟିକୁ ଧକ୍କା ଦେଲା ଟ୍ରକ

ଖୋର୍ଦ୍ଧା: ରାଜ୍ୟରେ ବଢି ଚାଲିଛି ସଡକ ଦୁର୍ଘଟଣା । ଲଗାତାର କିଛିଦିନ ହେବ ସଡକ ଦୁର୍ଘଟଣାରେ ଚାଲିଗଲାଣି ଅନେକଙ୍କ ଜୀବନ । ଆଜି ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ଗୋବିନ୍ଦପୁର ରାସ୍ତାରେ ସ୍କୁଟିକୁ ପଛପଟୁ ଗୋଟିଏ ଟ୍ରକ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍କୁଟିକୁ ଧକ୍କା ଦେଲା ଟ୍ରକ

ସୂଚନାଅନୁସାରେ,କଣ୍ଟିଲୋର ଗ୍ରାମର ପ୍ରତାପ ସାହୁ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ସାହୁ ବାଳକାଟୀରୁ ସ୍କୁଟିରେ ନିଜ ଘରକୁ ଫେରୁଥିଲେ । ଗୋବିନ୍ଦପୁର ରାସ୍ତା ନିକଟରେ ତାଙ୍କ ସ୍କୁଟିକୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଉଷାରାଣୀଙ୍କ ମୃ୍ତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରତାପ ସାହୁ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଟ୍ରକ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.