ETV Bharat / state

ବୀମା ନିୟାମକ ଆୟୋଗଙ୍କ କମିଟିରେ ସ୍ଥାନ ପାଇଲେ ତ୍ରିନାଥ ଲେଙ୍କା

କେନ୍ଦ୍ର ସରକାରଙ୍କ ବୀମା ନିୟାମକ ଆୟୋଗଙ୍କ ଦ୍ୱରା ଗଠିତ କମିଟିରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ । ଡବ୍ଲ୍ୟୁସି ଓ୍ୱାଲେଟ ଆଡଭାଇଜରୀର ପ୍ରିନ୍ସିପାଲ ଅଫିସର ତ୍ରିନାଥ ଲେଙ୍କା ଏହି କମିଟିରେ ସ୍ଥାନ ପାଇଛନ୍ତି । ବୀମା ବାହାକ ଓ ବୀମା ବିସ୍ତାର କାର୍ଯ୍ୟକାରୀ ପାଇଁ ଆୟୋଗ ଗଠନ କରିଥିବା 24 ଜଣିଆ କମିଟିରେ ସେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 29, 2022, 8:55 AM IST

ବୀମା ନିୟାମକ ଆୟୋଗଙ୍କ କମିଟିରେ ସ୍ଥାନ ପାଇଛନ୍ତି ତ୍ରିନାଥ ଲେଙ୍କା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବୀମା ନିୟାମକ ଆୟୋଗଙ୍କ ଦ୍ୱରା ଗଠିତ କମିଟିରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ । ଡବ୍ଲ୍ୟୁସି ଓ୍ୱାଲେଟ ଆଡଭାଇଜରୀର ପ୍ରିନ୍ସିପାଲ ଅଫିସର ତ୍ରିନାଥ ଲେଙ୍କା ଏହି କମିଟିରେ ସ୍ଥାନ ପାଇଛନ୍ତି । ବୀମା ବାହାକ ଓ ବୀମା ବିସ୍ତାର କାର୍ଯ୍ୟକାରୀ ପାଇଁ ଆୟୋଗ ଗଠନ କରିଥିବା 24 ଜଣିଆ କମିଟିରେ ସେ ସ୍ଥାନ ପାଇଛନ୍ତି । ଏହି କମିଟିରେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବୀମା କମ୍ପାନୀର ଏମଡି ଓ ସିଇଓ ସ୍ଥାନ ପାଇଛନ୍ତି । ଏଥି ସହିତ ଏଜେଣ୍ଟ ଓ ବ୍ରୋକର ସଂଘର ସଭାପତି ମଧ୍ୟ ରହିଛନ୍ତି ।

ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ରଖିଥିବା ଭାରତ ସରକାର ଏନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ତ୍ରୀନାଥ ଲେଙ୍କା ଏବେ ଓ୍ୱାଲେଟ ଫର ଓ୍ୱେଲଥର ଏମଡି ରହିଛନ୍ତି । କମିଟି ଗଠନ ହେବାର 21 ଦିନ ମଧ୍ୟରେ ଏକ ବୈଠକ ବସିବ । ସମସ୍ତେ ସେମାନଙ୍କ ସୁଚିନ୍ତିତ ମତ ଦେବେ । ଏହାପରେ ଏକ ଚୂଡାନ୍ତ ରିପୋର୍ଟ IRDA ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ । ଗ୍ରାମାଞ୍ଚଳର ଖଟିଖିଆ ହେଉ କି ସହରର ବସ୍ତିରେ ରହୁଥିବା ବାସିନ୍ଦା ହୁଅନ୍ତୁ, ଅବହେଳିତ ବର୍ଗଙ୍କ କଥା ହେଉ କି ମହିଳା ସମସ୍ତେ ବୀମା ପରିସରଭୁକ୍ତ ହେବେ ।

ଏଭଳି କିଛି ପରିକଳ୍ପନା କରୁଛନ୍ତି ସରକାର । ତେବେ କମିଟିରେ ଜଣେ ଓଡିଆ ସ୍ଥାନ ପାଇଥିବାରୁ ଓଡିଶାବାସୀଙ୍କ କଥା ମଧ୍ୟ ଏଥିରେ ସ୍ଥାନ ପାଇବାର ସମ୍ଭବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.