ETV Bharat / state

ଜନଜାତି ସୁରକ୍ଷା ମଞ୍ଚର ବିଶାଳ ସମାବେଶ, ଧର୍ମାନ୍ତରିତ ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍ ଦେବାକୁ ଦାବି - ଜନଜାତି ସୁରକ୍ଷା ମଞ୍ଚ

ଧର୍ମାନ୍ତରିତ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ ଦେବାକୁ ଜୋର ଧରିଲା ଦାବି । ଜନଜାତି ସୁରକ୍ଷା ମଞ୍ଚର ଭୁବନେଶ୍ବରରେ ବିଶାଳ ସମାବେଶ । ଅଧିକ ପଢ଼ନ୍ତୁ

ଜନଜାତି ସୁରକ୍ଷା ମଞ୍ଚର ବିଶାଳ ସମାବେଶ
ଜନଜାତି ସୁରକ୍ଷା ମଞ୍ଚର ବିଶାଳ ସମାବେଶ
author img

By

Published : Mar 26, 2023, 7:16 AM IST

ଜନଜାତି ସୁରକ୍ଷା ମଞ୍ଚର ବିଶାଳ ସମାବେଶ

ଭୁବନେଶ୍ବର: ଧର୍ମାନ୍ତରିତ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ ଦେବା ଦାବି ନେଇ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ବରରେ ବିଶାଳ ସମାବେଶ । ଭୁବନେଶ୍ଵର ଜନତା ମୈଦାନରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ଏହି ବିଶାଳ ସମାବେଶ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସାମିଲ ହୋଇଛନ୍ତି ରାଜ୍ୟର ୨୬ ଜିଲ୍ଲାରୁ ୬୨ ଜନଜାତି ସମ୍ପ୍ରଦାୟର ପ୍ରାୟ ୧୦ ହଜାରରୁ ଅଧିକ ଲୋକ । ରାଜଧାନୀର ରାଜରାସ୍ତାରେ ସେମାନଙ୍କର ଅଧିକାର ଓ ସୁରକ୍ଷାର ଲଢ଼େଇକୁ ନେଇ ପାଦରେ ଚାଲି ଚାଲି ହାତରେ ପ୍ଲାକାର୍ଡ ଧରି ବିରାଟ ପଟୁଆର ସହ ପାରମ୍ପରିକ ପୋଷାକ, ଅସ୍ତ୍ରଶସ୍ତ୍ର ଓ ନୃତ୍ୟଗୀତ ପ୍ରଦର୍ଶନ କରି ଜନତା ମୈଦାନରେ ପହଞ୍ଚିଥିଲେ ।

ଏହି ଜନଜାତିମାନେ ରାମ ମନ୍ଦିର ଛକ, ସହିଦ ନଗର ଓ ନୟାପଲ୍ଲୀ ଆଦି ୩ଟି ସ୍ଥାନରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜନତା ମୈଦାନରେ ପହଞ୍ଚିଥିଲେ । ସେଠାରେ ନିଜ ଜାତିର ନାରା ସହ ସେମାନଙ୍କ ଜାତିର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହୀଦ ଭଗବାନଙ୍କ ସ୍ଲୋଗାନ ଦେଇ, ଗୀତ ଗାଇ ଧର୍ମାନ୍ତରିତ ହୋଇଥିବା ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍ ଦେବାକୁ ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ, ଧର୍ମ ପରିବର୍ତ୍ତନ କରୁଥିବା ଜନଜାତି ଧର୍ମ ପରିବର୍ତ୍ତନ ପରେ ଉଭୟ ସଂଖ୍ୟାଲଘୁ ଓ ଜନଜାତି ସଂରକ୍ଷଣର ସୁବିଧା ପାଉଛନ୍ତି । ତେଣୁ ସରକାର ସମ୍ବିଧାନର ଧାରା ୩୪୧ ଭଳି ସମ୍ବିଧାନର ଧାରା ୩୪୨କୁ ସଂଶୋଧନ କରି ଧର୍ମ ପରିବର୍ତ୍ତନ କରୁଥିବା ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍ ଦିଅନ୍ତୁ ।

କାରଣ ସେମାନେ ୩୪୧ ଧାରା ମୁତାବକ ଧର୍ମ ପରିବର୍ତ୍ତନ ପରେ ସାଧାରଣ ବର୍ଗକୁ ଚାଲିଯାଇଥାନ୍ତି । ଯେଉଁଠାରେ କି କୌଣସି ହିନ୍ଦୁଙ୍କ ପରି ଜାତିଭେଦ ନଥାଏ ଓ ସଂରକ୍ଷଣର ବ୍ୟବସ୍ଥା ନଥାଏ । ତାହାଲେ ସେମାନେ କାହିଁକି ଆମ ସଂରକ୍ଷଣର ସୁବିଧା ସୁଯୋଗ ପାଇବେ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଜନଜାତି । ଆଉ ସମାବେଶ ମାଧ୍ୟମରେ ଏକାଠି ହୋଇ ନିଜ ଜାତିର ଓ ଧର୍ମର ସୁରକ୍ଷା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଖୁବଶୀଘ୍ର ଏନେଇ ଏକ ନୂତନ ନିୟମ ପ୍ରଣୟନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ ଆଦିବାସୀ ଜନଜାତିମାନେ ପାଣି, ଜଙ୍ଗଲ, ମାଟି, ପାହାଡ ଆଦି ପ୍ରକୃତିକୁ ନିଜର ଦେବତା ବୋଲି ମାନିଥାନ୍ତି । ସେମାନେ ହିନ୍ଦୁ ଧର୍ମକୁ ବା ସନାତନ ଧର୍ମକୁ ନେଇ ଗର୍ବ କରନ୍ତି ଆଉ ପୂଜା ବି କରନ୍ତି । ହେଲେ ସେମାନଙ୍କର ସରଳତାର ସୁଯୋଗ ନେଇ ନିରୀହ ଜନଜାତିକୁ ବାଧ୍ୟ କରାଇ କିଛି ସ୍ବାର୍ଥବାଦୀ ଚିନ୍ତାଧାରାର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରାଇ ହିନ୍ଦୁ ଓ ମୁସଲିମ ସଜାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ଉପଦେଷ୍ଟା ପବିତ୍ର କହଁର ।

ସେ କହିଛନ୍ତି, "ଏହା ଆମ ଧର୍ମ ପ୍ରତି ବିପଦ । ତଥାପି ତାଙ୍କ ଖୁସି ପାଇଁ ସେମାନେ କରୁଥିବାରୁ ଆମେ କୌଣସି ମତ ରଖୁନାହୁଁ କି ବିରୋଧ କରୁନାହୁଁ । ଏହାର ଅର୍ଥ ନୁହେଁ ଯେ, ସେମାନେ ଆମ ଧର୍ମରୁ ବିଚ୍ୟୁତ ହୋଇ ମଧ୍ୟ ସେହି ଧର୍ମରୁ ମିଳୁଥିବା ସୁବିଧା ସୁଯୋଗ ସହ ଯୋଡି ହେବେ ଆଉ ସଂରକ୍ଷଣର ଭାଗିଦାର ବି ହେବେ । ଏହାଦ୍ବାରା ଏହି ନିରୀହ ଆଦିବାସୀଙ୍କୁ ଠକାମିର ଶିକାର ହେବାକୁ ପଡୁଛି । କାରଣ ପ୍ରଲୋଭନ ଦେଖାଇ ସିନା ଧର୍ମ ପରିବର୍ତ୍ତନ କରିଦେଉଛନ୍ତି, ହେଲେ ସେମାନଙ୍କୁ କୌଣସି ମର୍ଯ୍ୟାଦା କି ସମ୍ମାନ ଦେଉନାହାନ୍ତି । ବରଂ ମୂଳ ଜନଜାତି ସମାଜ ସହିତ ଛଳନା କରି ଅନ୍ଧବିଶ୍ବାସ ଭିତରକୁ ଠେଲିଦେଉଛନ୍ତି । ଯାହାଦ୍ବାରା ବହୁମୂଲ୍ୟ ଜୀବନ ବିପଦରେ ପଡୁଛି । ତେଣୁ ଆମେ ଆମର ସୁରକ୍ଷାକୁ ଓ ଅଧିକାରକୁ ନେଇ ସରକାରଙ୍କୁ ଅନୁରୋଧ କରୁଛୁ । ସନାତନ ସମାଜ ବା ମୂଳ ଜନଜାତିଙ୍କ ଏହି ଅଧିକାର ସମ୍ପର୍କରେ ଲୋକସଭାରେ ପ୍ରସଙ୍ଗ ଉତ୍‌ଥାପନ କରି ୩୪୧ ଓ ୩୪୨ ଧାରାର ସଂଶୋଧନ କରାଯାଇ ଧର୍ମ ପରିବର୍ତ୍ତନ କରୁଥିବା ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍ ଦିଅନ୍ତୁ ।"

ଏହି ସମାବେଶରେ ଅଖିଳ ଭାରତୀୟ ଜନଜାତି ସୁରକ୍ଷା ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଗଣେଶ ରାମ ଭଗତ ଯୋଗଦେଇ ଜନଜାତିଙ୍କ ଏହି ଅଧିକାର ଲଢେଇରେ ସେମାନଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, "ଏହି ଅଧିକାର ଲଢେଇ କେବଳ ଓଡ଼ିଶାର ନୁହେଁ । ଭାରତବର୍ଷର ପାଖାପାଖି ୧୨ କୋଟି ଜନଜାତିଙ୍କ ଲଢେଇ । ଯେଉଁଥି ପାଇଁ ଏମାନେ ଖରାକୁ ଖାତିର ନକରି ଭୁବନେଶ୍ବରରେ ଏକାଠି ହୋଇଛନ୍ତି । ତେଣୁ ସରକାରଙ୍କୁ ନିବେଦନ, ସେମାନେ ସଂରକ୍ଷଣରୁ ବାଦ୍ ପଡିଥିବା ଜନଜାତିଙ୍କୁ ସୁବିଧା ସୁଯୋଗରୁ ବାଦ ଦିଅନ୍ତୁ । ଆଉ ସଂଖ୍ୟାଲଘୁ ଓ ଆଦିବାସୀ ଜନଜାତି ଦୁଇ ଦୁଇଟି ସୁବିଧା ଭୋଗୁଥିବା ଲୋକଙ୍କ ଅଧିକାରକୁ ରଦ୍ଦ କରନ୍ତୁ । କାରଣ ସେମାନେ ଯେତେବେଳେ ଆମ ପରମ୍ପରା ମାନୁନାହାନ୍ତି, ତେବେ ଆମ ପାଇଁ ଉଦ୍ଦିଷ୍ଟ ଅଧିକାରକୁ କାହିଁକି ଭୋଗିବେ । ତେଣୁ ଏ ଲଢେଇ ଆଗକୁ ଆହୁରି ଜୋରଦାର ହେବ ।" ସରକାର ଆମ ଦାବିକୁ ପୂରଣ କରିବେ ବୋଲି କହିଛନ୍ତି ଗଣେଶ ରାମ ଭଗତ ।

ସେହିପରି ଏହି ସମାବେଶରେ ଯୋଗଦେଇ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, "ସେମାନଙ୍କର ଜାତିର ସୁରକ୍ଷା ଓ ସ୍ବାର୍ଥ ପାଇଁ ଯେଉଁ ଦାବି ଉପସ୍ଥାପନା କରି ଆଜି ଏହି ବିଶାଳ ସମାବେଶ କରିଛନ୍ତି, ତାହାର ଯାଥାର୍ଥତା ରହିଛି । ତେଣୁ ୩୪୧ ଧାରା ଯଦି ଏମାନଙ୍କ ଦାବି ଅନୁସାରେ ସଂଶୋଧନ ହେବ, ତାହାହେଲେ କେହି ଆଉ ସନାତନ ଧର୍ମରୁ ପରିବର୍ତ୍ତିତ ହେବେନାହିଁ ବା ଧର୍ମାନ୍ତରିତ ହେବେନାହିଁ । ଏହାଦ୍ବାରା ଗୋଟିଏ ଜାତି ସୁରକ୍ଷିତ ହେବା ସହ ତାଙ୍କ ପରମ୍ପରା ମଧ୍ୟ ବଜାୟ ରହିବ । ଆମେ ଏମାନଙ୍କୁ ସମର୍ଥନ କରିବୁ ଆଉ ଏନେଇ ସଂସଦରେ ପ୍ରସ୍ତାବ ମଧ୍ୟ ରଖିବୁ । ତେବେ କେବଳ ଓଡିଶା ନୁହେଁ ଭାରତର ୨୬ଟି ରାଜ୍ୟରେ ଜନଜାତିର ସୁରକ୍ଷା ପାଇଁ ସମାବେଶ ଚାଲୁଥିବା ଏହି ନ୍ୟାୟପୂର୍ଣ୍ଣ ପ୍ରସଙ୍ଗରେ ନିଶ୍ଚୟ ସେମାନଙ୍କର ଦାବି ପୂରଣ ହେବ । ଏମାନଙ୍କ ପାଇଁ ସମ୍ବିଧାନରେ ସଂଶୋଧିତ ଆଇନ ଆସିବା ସହ ତାହା କାର୍ଯ୍ୟକାରୀ ହେଉ ବୋଲି ଆମେ ଚାହିଁବୁ ।"

ସେହିପରି ବିଜେପିର ଏ ସମର୍ଥନକୁ ଅନ୍ୟ ଦଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବା ବେଳେ ଏହାର ଉତ୍ତର ଦେଇଛନ୍ତି ମୋହନ ମାଝୀ । ସେ କହିଛନ୍ତି, "ଏହା ଏକ ଜାତିର ସୁରକ୍ଷା ଓ ସ୍ବାର୍ଥର ଲଢେଇ । ଏହା ଖାଲି ଭୁବନେଶ୍ବରରେ ହେଉନାହିଁ, ଭରତବର୍ଷରେ ହେଉଛି । ତେଣୁ ଖାଲି ଓଡ଼ିଶାରେ ହେଉନାହିଁ ଯେ ଆମେ କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ସମର୍ଥନ କରିବୁ । ଏହି ଲଢେଇ ଦୁଇ ବର୍ଷର ଲଢେଇ । ଆଇନ ଆସିବା ପାଇଁ ମଧ୍ୟ ଅନେକ ସମୟ ଲାଗିବ । ଏଥିରେ ଆମର ରାଜନୈତିକ ରଣନୀତି କେଉଁଠି ରହିଲା । ଏହି ସମାବେଶ ନିଜେ ଗୋଟେ ବଡ ଜନ ଜାଗୃତି । ଯେଉଁଥିରେ ୧୦ ହଜାରରୁ ଊର୍ଦ୍ଧ୍ବ ଜନଜାତି ସାମିଲ ହୋଇଛନ୍ତି । ତେଣୁ ବିରୋଧୀଙ୍କ ଏହି କଥାରେ କୌଣସି ପ୍ରାସଙ୍ଗିକତା ନାହିଁ । ସମ୍ପୂର୍ଣ୍ଣ ଭାବେ ଏହି ଆରୋପ ଏକ ନିରାଧାର ପ୍ରସଙ୍ଗ । ଏଥିପାଇଁ ଆମ ସମସ୍ତଙ୍କୁ ବା ସବୁ ଦଳକୁ ଏମାନଙ୍କର ଜାଗୃତିରେ ସାମିଲ ହୋଇ ଏମାନଙ୍କ ପାଇଁ ଲୋକ ସଚେତନ କରିବା ଆବଶ୍ୟକ ରହିଛି ।" ଏଠାରେ ସୂଚନାଥାଉ କି, ଭାରତବର୍ଷରେ ଆଦିବାସୀ ଜନଜାତିଙ୍କର ଏହି ସୁରକ୍ଷାର ସମାବେଶ ଭୋପାଳରୁ ଆରମ୍ଭ ହୋଇଥିବା ବେଳେ ଆଜି ଛତିଶଗଡ଼ ଏବଂ ଓଡ଼ିଶାରେ ହେଉଛି । ପରବର୍ତ୍ତୀ ସମୟରେ ଗୌହାଟୀରେ ମଧ୍ୟ ଏହି ସମାବେଶ ଆୟୋଜନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.