ETV Bharat / state

'ଗାଁରୁ ରାଜଧାନୀ ଗଡିବ ଲକ୍ଷ୍ମୀ, ସମାଧାନ ହେବ ଘରୋଇ ବସ ସମସ୍ୟା' - ଲକ୍ଷ୍ମୀ ଯୋଜନା

ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ଖୁବଶୀଘ୍ର ଗଡିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ଯୋଜନା । ଏହା ଘରୋଇ ବସ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

LAccMI Scheme
LAccMI Scheme
author img

By ETV Bharat Odisha Team

Published : Sep 30, 2023, 5:55 PM IST

Updated : Sep 30, 2023, 6:04 PM IST

'ଗାଁରୁ ରାଜଧାନୀ ଗଡିବ ଲକ୍ଷ୍ମୀ, ସମାଧାନ ହେବ ଘରୋଇ ବସ ସମସ୍ୟା'

ଭୁବନେଶ୍ବର: ଖୁବଶୀଘ୍ର ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ଗଡିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ଯୋଜନା । ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଯୋଜନାରେ ବ୍ୟବହାର ହେବାକୁ ଥିବା ବସ ମଧ୍ୟ ପରିବହନ ବିଭାଗକୁ ହସ୍ତଗତ ହେବାରେ ଲାଗିଛି । ପର୍ଯ୍ୟାୟ କ୍ରମେ ଏହି ବସ ଆସିବ । ତେବେ ଯୋଜନାକୁ ନେଇ ପରିବହନ ବିଭାଗ ସହ ମୁହାଁମୁହିଁ ହୋଇଛନ୍ତି ଘରୋଇ ବସ ମାଲିକ ସଂଘ । ସମସ୍ୟାର ସମାଧାନ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ରାଜଧାନୀ ଭୁବନେଶ୍ୱର ସହ ଯୋଡି ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ । ଲଷ୍ମୀ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଅଧ୍ୟାୟ । ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ । ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି । ଏହି ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାର ବ୍ୟୟ ବରାଦ କରିଛନ୍ତି । ସରକାର ଏହି ନୂଆ ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ।

ଏହା ବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର, ଲକ୍ଷ୍ମୀକୁ ସ୍ବୀକୃତି

ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେବ । ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠସ୍ଥଳକୁ ବସ ଯୋଗେ ସଂଯୋଗ ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି । ଏହି ଯୋଜନା ଅଧିନରେ ୧୦୦୦ରୁ ଅଧିକ ବସ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

ଏହା ବି ପଢନ୍ତୁ- ମୋ ବସ ପରି 6 ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଘରୋଇ ବସ ମାଲିକ ସଂଘ ଆଣିଲା ଅନେକ ଦାବି

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ । ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇ ଥିଲେ ସୁଦ୍ଧା ସେହି ଅନୁପାତରେ ସାର୍ବଜନୀନ ପରିବହନ ପାଇଁ ବ୍ୟବସ୍ଥାର ଅଭାବ ରହିଛି । ଯୋଜନା ଅଧିନରେ ବ୍ଲକ ଓ ଜିଲ୍ଲା ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ମହିଳା ସଶକ୍ତିକରଣ ଲକ୍ଷ୍ୟରେ ବସଷ୍ଟାଣ୍ଡ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହ ବ୍ଲକ ଗୁଡିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ । ଅପରପକ୍ଷେ କୃଷଜାତ ଦ୍ରବ୍ୟକୁ ସେମାନଙ୍କ ଉତ୍ପାଦନ ସ୍ଥଳରୁ ବଜାର ପର୍ଯ୍ୟନ୍ତ ଉନ୍ନତ ପରିବହନ ବ୍ୟବସ୍ଥା ଦ୍ବାରା ପହଞ୍ଚାଇ ପାରିବେ । ଓଏସଆରଟିସି ଉପରେ ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ବୟନ ଦାୟିତ୍ବ ପ୍ରଦାନ କରାଯାଇଛି ।

ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଳସ୍ତରର ଲୋକଙ୍କ ବିକାଶକୁ ଅଗ୍ରାଧିକାର ଦିଅନ୍ତି । ଲକ୍ଷ୍ମୀ ଏପରି ଏକ ଯୋଜନା ଯେଉଁଥିରେ ତୃଣମୂଳ ସ୍ତର ଗାଁରୁ ଲୋକେ ବ୍ଲକ ଓ ଭୁବନେଶ୍ୱର ପହଁଚି ପାରିବେ । ସ୍ବାସ୍ଥ୍ୟ, ଶିକ୍ଷା ବିକାଶ ହେବ । ପ୍ରାଥମିକ ଭବେ 4 ଜିଲ୍ଲାରେ ଶୁଭାରମ୍ଭ ହେବ । ମାଲକାନଗିରି ଜିଲ୍ଲାରୁ ଯୋଜନା ଆରମ୍ଭ ହେବ । ଯୋଜନାକୁ ନେଇ ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନ ନେଇ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବସ ସଂଘ ସହ ଆଲୋଚନା କରିବେ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛୁ ଜିଲ୍ଲାର ବସ ସଂଘ ସହ ଆଲୋଚନା କରିବେ । ଆମେ ସହମତି ଭିତ୍ତିରେ କାମ ଆରମ୍ଭ କରିବୁ । ବସ ସଂଘ ସବୁବେଳେ ରାଜ୍ୟ ସରକାରଙ୍କୁ ସହଯୋଗ କରିଛନ୍ତି । ଏଥର ବି କରିବେ । ମାଲକାନଗିରି ଘରୋଇ ବସ ମାଲିକ ସଂଘ ଏ ନେଇ ଆଜି ସର୍ତ୍ତମୂଳକ ସହମତି ଦେଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.