ETV Bharat / state

ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ସଶକ୍ତ କରିବା ପାଇଁ ଆଜିଠାରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ - ସ୍ଥାନୀୟ ଭାଷାରେ ଶିକ୍ଷାଦାନ

ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ସଶକ୍ତ କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

Central University
Central University
author img

By ETV Bharat Odisha Team

Published : Oct 9, 2023, 7:34 AM IST

ଭୁବନେଶ୍ବର: ସ୍ଥାନୀୟ ଭାଷାରେ (କୁୱି ଓ ଦେଶିଆ) ଶିକ୍ଷାଦାନକୁ ସଶକ୍ତ କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜିଠୁ ଆରମ୍ଭ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ନେତୃତ୍ୱରେ ଆରଆଇଇ (ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ), ଏନସିଇଆରଟି (ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ) ସହଯୋଗରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁୱି ଏବଂ ଦେଶିଆ ଭାଷା ଉପରେ ପ୍ରଶିକ୍ଷଣ ଦିଆଯିବ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜାରି ରହିବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ପ୍ରୟାସ ଓ ନିର୍ଦ୍ଦେଶକ୍ରମେ ଏକ କୁୱି ଓ ଦେଶିଆ ପୁସ୍ତକ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ହୋଇଛି । ଶିକ୍ଷା କ୍ଷେତ୍ରରେ ଏହି ସ୍ୱଦେଶୀ-ଜନଜାତି ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭୁବନେଶ୍ୱର ଏନସିଇଆରଟିର ଆରଆଇଇ ଅଧ୍ୟକ୍ଷ ପ୍ରଫେସର ପିସି ଅଗ୍ରୱାଲ, କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ ଡ. ରସ୍ମିରେଖା ସେଠୀ, ବିଶ୍ବବିଦ୍ୟାଳୟର ଭାଷା ବିଦ୍ୟାଳୟର ଡିନ୍ ତଥା ରେଜିଷ୍ଟ୍ରାର ଆଇ/ସି ପ୍ରଫେସର ଏନ୍.ସି ପଣ୍ଡା, କୁୱି ଓ ଦେଶିଆ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସ୍ଥାନୀୟ ସଂଯୋଜକ ଡକ୍ଟର କପିଳା ଖେମୁଣ୍ଡୁ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସହ ସଂଯୋଜକ ରୁଦ୍ରାଣୀ ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ-କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ: ଜୁଏଲ ଓରାମ

କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ ଶିଖା ପ୍ରଦାନ କରୁଥିବା କୁୱି ଓ ଦେଶିଆ ଭାଷାରେ ଦକ୍ଷ ୬୦ ଜଣ ଉତ୍ସର୍ଗୀକୃତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ଭାଷା ଶିକ୍ଷା ଅଭିଜ୍ଞତା ବୃଦ୍ଧି କରିବା ପାଇଁ ଅମୂଲ୍ୟ ଦକ୍ଷତା ପ୍ରଦାନ କରିବା ।

ଏହି ପ୍ରୟାସର ମୂଳ ଲକ୍ଷ୍ୟ ରହିଛି ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ଶିକ୍ଷାରେ ସ୍ଥାନୀୟ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା । ଯାହା କି ୨୦୨୦ର ଜାତୀୟ ଶିକ୍ଷା ନୀତିରେ ଦୃଢ଼ ଭାବରେ ସ୍ଥାପିତ ହୋଇଛି । ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ଦେଶିଆ ଓ କୁୱି ଭାଷାଭାଷୀ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.