ETV Bharat / state

ସଡକ ଦୁର୍ଘଟଣାରେ ବାପା ମୃତ, ପୁଅ ଆହତ - father dead son injured

୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ମୃତ ଏବଂ ପୁଅ ଆହତ ହୋଇଥିବା ଜଣାପଡିଛି ।

Tragic road accident in Khordha, father dead son injured
ଖୋର୍ଦ୍ଧାରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ବାପା ମୃତ ପୁଅ ଆହତ
author img

By

Published : Aug 24, 2020, 10:00 PM IST

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ମୃତ ଏବଂ ପୁଅ ଆହତ ହୋଇଥିବା ଜଣାପଡିଛି ।

ମର୍ମନ୍ତୁତ ସଡକ ଦୁର୍ଘଟଣା, ବାପା ମୃତ ପୁଅ ଆହତ

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ଗ୍ରାମର ସଂଗ୍ରାମ କେଶରୀ ଦାସ ଓ ତାଙ୍କ ପୁଅ ପ୍ରତ୍ୟୁଶ ଦାଶ ବାଇକରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ରାସ୍ତା ମଝିରେ ହଠାତ ଏକ ଗାଈ ସାମ୍ନାକୁ ଆସିଯିବାରୁ ତାଙ୍କ ଗାଡି ଭାରସାମ୍ୟ ହରାଇ ଥିଲା । ଫଳରେ ବାଇକ ଚାଳନା କରୁଥିବା ପୁଅ ପ୍ରତ୍ୟୁଷ ଓ ବାପ ସଂଗ୍ରାମ କେଶରୀ ଛିଟିକି ପଡିଥିଲେ ।

ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ସ୍ଥାନୀୟ ଲୋକ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ବାପା ସଂଗ୍ରାମଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ପୁଅର ଅବସ୍ଥା ଭଲ ଥିବା ଜଣାପଡିଛି । ଚାନ୍ଦପୁର ପୋଲିସ ମୃତଦେହ ଏବଂ ବାଇକକୁ ଜବତ କରି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.