ETV Bharat / state

ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇବା ମଜା ନେଉଛନ୍ତି ପର୍ଯ୍ୟଟକ - ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇବା ମଜା

ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ଉଷ୍ମ ପ୍ରସବଣରେ ଶୀତୁଆ ସକାଳେ ପର୍ଯ୍ୟଟକମାନେ ଗୋଧୋଇ ମଜା ନେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Tourists enjoy bathing in Atri hot spring on a winter morning
ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇ ମଜା ନେଉଛନ୍ତି ପର୍ଯ୍ୟଟକ
author img

By

Published : Jan 14, 2021, 12:37 PM IST

ଖୋର୍ଦ୍ଧା: ଜିଲ୍ଲାରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମପ୍ରସବଣକୁ ପ୍ରକୃତିର ଅବଦାନ ରହିଛି । ଏଠାରେ ବର୍ଷ ତମାମ 55 ଡିଗ୍ରୀ ସେଲସିୟସରେ ପାଣି ଫୁଟୁଥାଏ । ତେବେ ଶୀତ ଦିନର ଶୀତୁଆ ସକାଳୁ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଉଷୁମ ପାଣିରେ ଗୋଧୋଇ ମଜା ନେଉଥିବା ଦେଖିବାକୁ ମିଳିଛି ।

ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇ ମଜା ନେଉଛନ୍ତି ପର୍ଯ୍ୟଟକ

ଏହି ଉଷୁମ ପାଣି ଗନ୍ଧକଯୁକ୍ତ ହୋଇଥିବାରୁ ଏଥିରେ ସ୍ନାନ କଲେ ଚର୍ମରୋଗ ଦୂର ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଶୀତୁଆ ସକାଳୁ ଦୂର ଦୁରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ସେହିପରି ପର୍ଯ୍ୟଟକଙ୍କ ସ୍ନାନ ପାଇଁ ଏହି କ୍ଷେତ୍ରରେ ଚାରୋଟି ସ୍ନାନ କୁଣ୍ଡ ରହିଛି । ଶୀତୁଆ ସକାଳୁ ପର୍ଯ୍ୟଟକମାନେ ଗରମ ପାଣିରେ ଗାଧୋଇ ବେଶ୍‌ ମଜା ନେଉଥିବା ଦେଖାଦେଇଛି । ବହୁତ ସଂଖ୍ୟାରେ ଲୋକମାନେ ଆସି କୁଣ୍ଡ ମଧ୍ୟରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.