ETV Bharat / state

ଜମୁଛି ଭିଡ, କୋରୋନା ନିୟମକୁ ଫୁ କରି ଭୋଜି ଭାତରେ ମଜୁଛନ୍ତି ପର୍ଯ୍ୟଟକ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ଆଜି କୋଭିଡ ନିୟମକୁ ପର୍ଯ୍ୟଟକମାନେ ଫୁ କରି ଉଡାଇ ଦେଇଥିବା ଦେଖାଦେଇଛି ।

କୋରୋନା ନିୟମକୁ ଫୁ
କୋରୋନା ନିୟମକୁ ଫୁ
author img

By

Published : Dec 27, 2020, 6:54 PM IST

ଖୋର୍ଦ୍ଧା: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଲାଗିବା ସହ ଭୋଜି ଭାତରେ ମଜୁଛନ୍ତି ପର୍ଯ୍ୟଟକ । ଦୀର୍ଘଦିନ ପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଥିବାବେଳେ ଏହି ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କର ଭିଡ଼ ଲାଗୁଛି ।

ଏବେ ବି କୋରାନା ସଙ୍କଟ ହଟି ନଥିବା କାରଣରୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ଆଜି କୋଭିଡ ନିୟମକୁ ପର୍ଯ୍ୟଟକମାନେ ଫୁ କରି ଉଡାଇ ଦେଇଥିବା ଦେଖାଦେଇଛି ।

ଭୋଜି ଭାତରେ ମଜୁଛନ୍ତି ପର୍ଯ୍ୟଟକ

ନା ଲୋକଙ୍କ ମୁଁହରେ ଥିଲା ମାସ୍କ ନା ସାମାଜିକ ଦୂରତା। ଅନ୍ୟପଟେ ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ନଥିବା କାରଣରୁ ବହୁ ସଂଖ୍ୟାରେ ଲୋକମାନେ ମାଇକ ବଜାଇ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦେଖାଦେଇଛି । ଏହି ଘଟଣା ଦେଖିଲେ ଲାଗୁଥିଲା ଯେମିତି, ପିକନିକ ପାଇଁ ଲୋକମାନେ ଏଠାକୁ ଆସିନାହାନ୍ତି ବରଂ କୋରାନା ଆଦାନ ପ୍ରଦାନ କରିବାକୁ ଆସିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.