ETV Bharat / state

Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

author img

By

Published : Jun 6, 2023, 5:38 PM IST

Updated : Jun 6, 2023, 7:45 PM IST

ବାହାନଗା ଟ୍ରେନ ଦୁର୍ଘଟଣା । ମୋଟ ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

Etv Bharat
Etv Bharat
Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସେ ଆଜି ସୂଚନା ଦେଇଛନ୍ତି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୭୫ରେ ରହିଥିବା ବେଳେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଜୁନ ୨ ତାରିଖ ଅଶୁଭ ଶୁକ୍ରବାରରେ ଘଟିଥିଲା କରମଣ୍ଡଳ ଏକ୍ସପ୍ରେସ ଓ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ହାୱଡାରୁ ଆସୁଥିବା ବେଳେ ଯଶବନ୍ତପୁର ଏକ୍ସପ୍ରେସ ହାୱଡାକୁ ଯାଉଥିଲା । ଏହି ସମୟରେ ଘଟିଥିଲା ଦୁର୍ଘଟଣା ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ମୋଟ ୨୮୮ ମୃତକଙ୍କ ମଧ୍ୟରୁ ୨୦୫ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ସେହିପରି ୮୩ଟି ମୃତକଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ମଧ୍ୟରେ ରହିଛି । ଏହାସହିତ ଚିହ୍ନଟ ହୋଇପାରିନଥିବା ମୃତକଙ୍କ DNA ନମୁନା ସଂଗ୍ରହ କରାଯାଇଛି । ଭୁବନେଶ୍ବରରେ ୧୯୩ଟି ମୃତକଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ବାଲେଶ୍ବରରେ ୯୪ ଓ ଭଦ୍ରକରେ ଜଣେ ମୃତକଙ୍କ ପରିଚୟ ମିଳିଛି ।

ଏହା ବି ପଢନ୍ତୁ- ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ସୂଚନା ଥାଉ କି ପୂର୍ବରୁ ରେଳ ବିଭାଗ ପକ୍ଷରୁ ମୋଟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଗଣତି ପରେ ୨୭୫ ବୋଲି କୁହାଯାଇଥିଲା । ଗୋଟିଏ ମୃତଦେହର ଅଲଗା ଅଲଗା ୨ ଥର ଗଣତି ହୋଇ ଏହି ସଂଖ୍ୟା ୨୮୮ ରେଳ ବିଭାଗ ପକ୍ଷରୁ ଦର୍ଶାଯାଇଥିବା କହିଥିଲେ ମୁଖ୍ୟ ଶାସନ ସଚିବ । ଏହାପରେ ପୁଣି ସମସ୍ତ ଯାଞ୍ଚ କରାଯିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଅନ୍ୟପଟେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଓଡିଶାରୁ ୩୯ ଜଣଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତକ ୭ଟି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୧.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.