ETV Bharat / state

ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ସୁଲଭ ଶୌଚାଳୟ ! - ସୁଲଭ ଶୌଚାଳୟ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏକମାତ୍ର ସୁଲଭ ଶୌଚାଳୟ ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ।

ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି  ସୁଲଭ ଶୌଚାଳୟ

author img

By

Published : Sep 19, 2020, 12:18 PM IST

ଖୋର୍ଦ୍ଧା: ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ସୁଲଭ ଶୌଚାଳୟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏକମାତ୍ର ସୁଲଭ ଶୌଚାଳୟ ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ।

ଏହି ଶୌଚାଳୟ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବାରୁ ବହୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବେଗୁନିଆ ବିଧାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ବେଗୁନିଆ ବ୍ଳକ ଜନସାଧାରଣଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟକୁ ଉଦଘାଟନ କରିଥିଲେ ।

ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ସୁଲଭ ଶୌଚାଳୟ

ଉଦ୍ଦେଶ୍ୟ ଥିଲା ବ୍ଳକରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଡାକ୍ତରଖାନା କଲେଜ ଓ ବେସରକାରୀ ଅନୁଷ୍ଠାନକୁ ନିୟମିତ ବହୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣ ଶୌଚାଳୟକୁ ଉପଯୋଗ କରିବେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶୌଚାଳୟ ଏବେ ଭୂତକୋଠି ଏବଂ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲିଟିଛି । ଭାଙ୍ଗି ଗଲାଣି ଝରକା କବାଟ । ଘର ଭିତରେ ଦୁର୍ମ ହୋଇ ଉଠିଛି ବରଗଛ । ଆଉ ଘର ଆଗରେ ସାଇକେଲ ଦୋକାନ ।

ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ ହୋଇଥିବା ଶୌଚାଳୟ ସେବେଠାରୁ କାର୍ଯ୍ୟକ୍ଷମ ହେବାର ନା ଧରିନି । ନିର୍ମାଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତବାନ୍ଧି ବସିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଭୂତକୋଠି ପରିଣତ ହୋଇଛି । ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ସୁଲଭ ଶୌଚାଳୟଟିକୁ ହାତକୁ ନେଇ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ବେଗୁନିଆ ଅଞ୍ଚଳବାସୀ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.