ETV Bharat / state

ଆଜି ଶ୍ରାବଣର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

author img

By

Published : Jul 10, 2023, 7:59 AM IST

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ଶିବ ଶୈବପୀଠ । ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

first monday of sawan month
ଶ୍ରାବଣର ପ୍ରଥମ ସୋମବାର

ଭୁବନେଶ୍ୱର: ବୋଲ ବମ୍, ହର ହର ବମ୍, ଭୋଳା ବାବା ପାର କରେକା ଜଟିଆ ବାବା ପାର କରେଗା....ଏହି ପଂକ୍ତିରେ କମ୍ପୁଛି ଗଗନ ପବନ । ଶାଶ୍ବତ ଶିବ, ଶ୍ରେଷ୍ଠ ଦେବତାତ୍ରୟ ପରମେଶ୍ବରଙ୍କ ନାଁ ନେଇ ଆଗେଇ ଚାଲିଛନ୍ତି ଭକ୍ତ । ମାଇଲ ମାଇଲ ବାଟ ଚାଲିବା ପରେ ଥକିନାହିଁ ସେମାନଙ୍କ ପାଦ । ଅନ୍ଧାର ରାତିକୁ ଚିରି, ବର୍ଷାକୁ ଖାତିର ନକରି ଶିବଙ୍କ ନାମ ନେଇ ମାନକିକ ପୂରଣ ପାଇଁ ଧାଇଁ ଆସିଛି ଭକ୍ତଟିଏ ଶୈବପୀଠକୁ । ଶିବଙ୍କ ନାମ ହିଁ ସେମାନଙ୍କୁ ଶକ୍ତି ଦେଇଛି । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ହୋଇଛି ରାଜ୍ୟର ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଛନ୍ତି ।

ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ଏହା ପ୍ରଭୁ ଶିବଙ୍କ ବାର । ଶ୍ରାବଣ ମାସ ଶିବଙ୍କ ମାସ । ଏହି ମାସରେ ପଡୁଥିବା ସୋମବାର ବୈଦ୍ୟନାଥଙ୍କୁ ଆରଧନା କରି ଜଳଲାଗି କରାଯାଇଥାଏ । କାଉଡିଆମାନେ ପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି । ମନରେ ଭକ୍ତିଭାବ ସହ ତୁଣ୍ଡରେ ଶିବ ନାମ ନେଇ କାନ୍ଧରେ ପାଣି ଭାର ଧରି ମାଇଲ ମାଇଲ ବାଟ ଚାଲିଥାଆନ୍ତି ଭକ୍ତ । ଶନିବାର କିମ୍ବା ରବିବାର ଘରୁ ବାହାରି ପାଣି ଭାର ଉଠାଇ ସୋମବାର ସକାଳୁ ଶୈବପୀଠରେ ଜଳଲାଗି କରିଥାଆନ୍ତି । ବିଶେଷ କରି କପିଳାସ, ଲୋକନାଥ, ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଥାଏ ।

ଏହା ବି ପଢନ୍ତୁ...ଶ୍ରାବଣରେ ଶ୍ବଶୁର ଘରେ ବାସ କରନ୍ତି ଭୋଳାନାଥ, ପୂରଣ କରନ୍ତି ସବୁ ମାନସିକ

ଶ୍ରାବଣ ମାସରେ ଶିବଙ୍କୁ ଆରାଧନା କରି କେବଳ ପୁୁରୁଷ ନୁହନ୍ତି ମହିଳା ମାନସିକଧାରୀ ମଧ୍ୟ କାନ୍ଧରେ ପାଣିଭାର ନେଇଥାଆନ୍ତି । ମହିଳା ଶ୍ରଦ୍ଧାଳୁମାନେ ମଧ୍ୟ କାଉଡିଆ ସାଜି କାନ୍ଧରେ ପାଣିଭାର ନେଇ ଧାର୍ମିକ ପଦଯାତ୍ରାରେ ସାମିଲ ହୋଇଛନ୍ତି । ବାବା ଭୋଳାନାଥଙ୍କୁ ସନ୍ତୁଷ୍ଟ କରିବାକୁ ମନସ୍କାମନା ପୂରଣ କରିବା ପାଇଁ ଯେତେ କଷ୍ଟ ହେଲେବି କାଉଡିଆମାନେ ଏହି ଯାତ୍ରା କରିଥାନ୍ତି । ଏହି ଶ୍ରାବଣ ମାସକ ଯାକ ମାନସିକଧାରୀ ଆମିଷ ଭୋଜନ କରିନଥାନ୍ତି । ଏହି ପବିତ୍ର ଜଳଯାତ୍ରା ସମୟରେ ଯଦି କିଛି ଅସୁବିଧା ଦେଖାଦିଏ ତେବେ ସେହିଠାରେ ଯାତ୍ରାକୁ ଅଟକାଇ ପୁର୍ଣ୍ଣବାର ଶୁଦ୍ଧପୂତ ଯାତ୍ରା ଆରମ୍ଭ କରିଥାନ୍ତି କାଉଡିଆ । ଶ୍ରାବଣ ସୋମବାର ଶିବଙ୍କୁ ଜଳଲାଗି କଲେ ଶିବଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.