ETV Bharat / state

ଅବକାରୀ ବିଭାଗକୁ ସଫଳତା, 28 ଲିଟର ଦେଶୀ ମଦ ସହ ତିନି ମହିଳା ଗିରଫ

author img

By

Published : Nov 13, 2020, 1:37 PM IST

Updated : Nov 13, 2020, 1:45 PM IST

ଅବକାରୀ ବିଭାଗକୁ ବଡ ସଫଳତା । 28ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ତିନିଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଅବକାରୀ ବିଭାଗକୁ ସଫଳତା, 28 ଲିଟର ଦେଶୀ ମଦ ସହ ତିନି ମହିଳା ଗିରଫ
ଅବକାରୀ ବିଭାଗକୁ ସଫଳତା

ଖୋର୍ଦ୍ଧା:ଆକ୍ସନ ମୁଡରେ ବାଲୁଗାଁ ଅବକାରୀ ବିଭାଗ । ବାଣପୁରରେ ଚଢାଉ କରି ବେଆଇନ ଭାବରେ ତିଆରି ହେଉଥିବା 28ଲିଟର ମଦ ଜବତ କରିବା ସହିତ ତିନିଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଅବକାରୀ ବିଭାଗକୁ ସଫଳତା, 28 ଲିଟର ଦେଶୀ ମଦ ସହ ତିନି ମହିଳା ଗିରଫ

ସୂଚନା ଅନୁଯାୟୀ, ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇଥିଲା ବାଲୁଗାଁ ପୋଲିସ । ମଦ କାରବାର ପଣ୍ଡ କରିବାକୁ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନା ଅଧୀକାରିଣୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା । ଗୁରୁବାର ମିଳିତ ଦଳ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲେ ।

ଚଢାଉରେ ଘଟଣାସ୍ଥଳରୁ 2050 ଲିଟର ପୋଚ ନଷ୍ଟ କରିବା ସହ 28 ଲିଟର ଦେଶୀ ମଦ ଜବତ କରିଛନ୍ତି । ଘଟଣାରେ ତିନିଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାମାନେ ହେଲେ ଯଶୋଦା ପରିଡ଼ା, ନିଶା ପଲେଇ ଏବଂ ସୁକାନ୍ତି ମହନ୍ତ । ଲକଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ ବାରମ୍ବାର ଚଢ଼ାଉ କରି ହଜାର ହଜାର ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଛି । ଲକଡାଉନ ପରେ ବି ପୋଲିସର ବ୍ୟାପକ ଚଢାଉ ଜାରି ରହିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 13, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.