ଖୋର୍ଦ୍ଧା : ଗତ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହୋଇଥିବା ଭାରତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ପୋଲିସ । ସୂଚନା ମୁତାବକ ଭାରତ ଫାଇନାନ୍ସ, ନିରାକାରପୁର ଶାଖାର କର୍ମଚାରୀ ଗୋପବନ୍ଧୁ ସାହୁଙ୍କ ଠାରୁ ଗତ ୫ ତାରିଖରେ ୩ ଜଣ ଦୁର୍ବୁତ୍ତ ତାଙ୍କ ବ୍ୟାଗରୁ ୧ ଲକ୍ଷ ୪ ହଜାର ୮୭୭ ଟଙ୍କା ଲୁଟି ନେଇଥିଲେ । ଏନେଇ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଗୋପବନ୍ଧୁ ।
ନିରାକାରପୁର ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ରବିବାର ସନ୍ଧ୍ୟାରେ ପୋଲିସ ଉକ୍ତ ଲୁଟ ଘଟଣାର ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ସକିଲ ସାହା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘରୋଡ଼ିଆ ଗ୍ରାମର ଇଲିଆସ ଖାନ ଏବଂ ରାବୁଦ୍ଦିନ ଖାନ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୮୮ ହଜାର ଟଙ୍କା, ତିନି ଗୋଟି ବାଇକ ଏବଂ ଚାରି ଗୋଟି ମୋବାଇଲ ଫୋନ ଜବତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ