ETV Bharat / state

ନାସାକୁ ମନୋନୀତ ଅନାଥାଶ୍ରମର 2 ଅନ୍ତେବାସୀ, ଛୁଟିଲା ଶୁଭେଚ୍ଛା ସୁଅ - ନାସା

ଆମେରିକାରେ କମାଲ କରିବେ ଓଡିଆ ଛାତ୍ରଛାତ୍ରୀ । ନାସା ହୁମ୍ୟାନ ଏକ୍ସପ୍ଲୋରେସନ ରୋଭ ଚ୍ୟାଲେଞ୍ଜ ପାଇଁ 3 ଜଣ ଛାତ୍ରୀଛାତ୍ରୀ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

students selected for nasa
ନାସାକୁ ମନୋନୀତ ଅନାଥାଶ୍ରମର 2 ଅନ୍ତେବାସୀ
author img

By

Published : Apr 12, 2023, 7:42 AM IST

ଖୋର୍ଦ୍ଧା: ଦିନେ ପରିବାର,ବାପାମାଆ ଓ ଜନ୍ମମାଟି ଠାରୁ ଦୂରେଇ ଯାଇଥିଲେ ସତ ଆଜି ନିଜ ଭାଗ୍ୟ ନିଜେ ଗଢିଛନ୍ତି । ଅନାଥାଶ୍ରମରୁ ଅନ୍ତରୀକ୍ଷ ଯାତ୍ରା କରିବାକୁ ଯାଉଛନ୍ତି ଅନ୍ତେବାସୀ । ଏବେ ଆମେରିକାରେ କମାଲ କରିବେ ଓଡିଆ ଛାତ୍ରଛାତ୍ରୀ । ଓଡିଶା ମାଟିର ଦକ୍ଷତା ଦେଖିବ ଆମେରିକା । ନାସାକୁ ମନୋନୀତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡସ୍ଥିତ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନ (ଅନାଥାଶ୍ରମ)ର ଦୁଇ ଅନ୍ତେବାସୀ ଆଂକାକ୍ଷା ଏବଂ ଓମ । ଏମାନଙ୍କ ସହିତ ଅନ୍ୟ ଜଣେ ମଧ୍ୟ ମନୋନୀତ ହୋଇଛନ୍ତି । ମୋଟ 3 ଜଣ ଛାତ୍ରଛାତ୍ରୀ ନାସା ହୁମ୍ୟାନ ଏକ୍ସପ୍ଲୋରେସନ ରୋଭ ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ।

ନାସାକୁ ମନୋନୀତ ଅନାଥାଶ୍ରମର 2 ଅନ୍ତେବାସୀ
ନାସାକୁ ମନୋନୀତ ଅନାଥାଶ୍ରମର 2 ଅନ୍ତେବାସୀ

ଆସନ୍ତା 14 ତାରିଖରେ ଆମେରିକାରେ ବିଶ୍ବସ୍ତରୀୟ ରୋଭର ଏକ୍ସପ୍ଲୋରେସନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ନିଜେ ପ୍ରସ୍ତୁତ କରିଥିବା ରୋଭର ପ୍ରଦର୍ଶନ କରିବେ 3 ଛାତ୍ରଛାତ୍ରୀ । ଏମାନଙ୍କ ଦ୍ବାରା ପ୍ରସ୍ତୁତ ରୋଭର ଚନ୍ଦ୍ରରେ ଲ୍ୟାଣ୍ଡ କରିବ । ଏଥିପାଇଁ ନାସା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନାସାର ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ୩୦ଟି ଦେଶର ୬ଟି ଦଳ ଭାଗ ନେବେ । ୟଙ୍ଗଥିଙ୍କର ଫାଉଣ୍ଡେସନ ନାମକ ସ୍ବଚ୍ଛାସେବୀ ଅନୁଷ୍ଠାନ ଦେଶର ପ୍ରତିଭାଶାଳୀ କିଶୋର କିଶୋରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନାସାର ଏକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛି । ଏହି ପ୍ରକ୍ରିୟାରେ ଭାରତର ୫ ହଜାର କିଶୋର କିଶୋରୀ ଅଂଶ ଗ୍ରହଣ କରିଥିଲେ । ସେ ମଧ୍ୟରୁ ୬ଜଣ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ 3ଜଣଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା 3ଜଣଙ୍କ ମଧ୍ୟରେ ଖୋର୍ଦ୍ଧା କଣ୍ଟାବାଡ ସ୍ଥିତ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନର ଆଂକାକ୍ଷା ଓ ଓମ ପାଢୀ ସ୍ଥାନ ପାଇଛନ୍ତି ।

ଏହା ବି ପଢନ୍ତୁ...ଟିମ ଓଡ଼ିଶାର ଜାପାନ ଗସ୍ତ ଫଳପ୍ରଦ : ଶିଳ୍ପ ମନ୍ତ୍ରୀ

ଏହା ବି ପଢନ୍ତୁ...ନକଲି ସାର୍ଟିଫିକେଟ କାହିଁକି ବଢୁଛି ସରକାର ଚିନ୍ତା କରିବା ଦରକାର: ବିଧାୟକ ସୌମ୍ୟ

  • Congratulations to all 6 students selected for the NASA Rover Challenge,USA from@YoungTinkerFdn,out of which 3 students are from Odisha.These 3 students are staying at Adruta Children's Home, Bhubaneswar. This is a very proud moment for Odisha & India.@Naveen_Odisha @SMEOdisha pic.twitter.com/6lp5QDGlzQ

    — Samir Ranjan Dash (@samirdash01) April 10, 2023 " class="align-text-top noRightClick twitterSection" data=" ">

ଆଂକାକ୍ଷା ବର୍ତ୍ତମାନ ସରକାରୀ ଆଇଟିଆଇରେ ପଢ଼ୁଥିବା ବେଳେ ଓମ୍ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଅଟନ୍ତି । ସେହପରି ମନୋନୀତ ହୋଇଥିବା ଅନ୍ୟଜଣେ ଛାତ୍ର ହେଲେ କଟକର ବାସୁଦେବ ଭୋଇ । ସେ ଦଶମ ଶ୍ରେଣୀ ଛାତ୍ର । ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚ୍ୟାଲେଞ୍ଜରେ ଆଂକାକ୍ଷା ଏବଂ ଓମ ଦୁଇଜଣ ଯୁବ ପ୍ରତିଭା ଭାଗ ନେବେ । ଏଥିପାଇଁ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ଟ୍ବିଟ କରି ସମସ୍ତ ମନୋନୀତ 3 ଛାତ୍ରଛାତ୍ରୀଙ୍କୁ ଶଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.