ETV Bharat / state

ଆମେରିକାରେ ଓଡିଆ ଛାତ୍ରଛାତ୍ରୀଙ୍କ କମାଲ, ଗାଁରୁ ନାସା ରୋଭର ଚ୍ୟାଲେଞ୍ଜରେ ହାତେଇଲେ ସଫଳତା - ନାସାରେ ଓଡିଆ ଛାତ୍ରଛାତ୍ରୀ

ଆମେରିକାରେ ଆମେରିକାରେ ଓଡିଆ ଛାତ୍ରଛାତ୍ରୀଙ୍କ କମାଲ କରିଛନ୍ତି । ନାସା ରୋଭର ଚ୍ୟାଲେଞ୍ଜରେ ପୁରସ୍କାର ହାତେଇ ଫେରିଛନ୍ତି ଓଡିଆ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆମେରିକାରେ ଓଡିଆ ଛାତ୍ରଛାତ୍ରୀଙ୍କ କମାଲ
three odia students return from nasa
author img

By

Published : Apr 28, 2023, 10:13 AM IST

Updated : Apr 28, 2023, 10:26 AM IST

ଆମେରିକାରେ ଓଡିଆ ଛାତ୍ରଛାତ୍ରୀଙ୍କ କମାଲ

ଭୁବନେଶ୍ବର: ଓଡିଶା ମାଟିର ଦକ୍ଷତା ଦେଖିଲା ଆମେରିକା । ଆମେରିକାରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ । 2 ଜଣଙ୍କର ଅନାଥାଶ୍ରମରୁ ଅନ୍ତରୀକ୍ଷ ଯାତ୍ରା ଓ ଜଣଙ୍କ ଗାଁରୁ ଆମେରିକା ଯାତ୍ରା ସଫଳ ହୋଇଛି । ଆମେରିକାରେ କମାଲ କରିଛନ୍ତି ଓଡିଆ ଛାତ୍ରଛାତ୍ରୀ । ନାସା ହୁମ୍ୟାନ ଏକ୍ସପ୍ଲୋରେସନ ରୋଭ ଚ୍ୟାଲେଞ୍ଜ ପାଇଁ ମନୋନୀତ ହୋଇଥିବା 3 ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି । ୟଙ୍ଗ ଥିଙ୍କର ଫାଉଣ୍ଡେସନ ପକ୍ଷରୁ ଭାରତରୁ ୬ଜଣ ଛାତ୍ରଛାତ୍ରୀ ନାସା ପକ୍ଷରୁ ଆୟୋଜିତ ରୋଭର ଚ୍ୟାଲେଞ୍ଜ ୨୦୨୩ରେ ଭାଗ ନେଇଛନ୍ତି । ସେଥିରେ ଓଡିଶାରୁ 3 ଜଣ ଛାତ୍ରଛାତ୍ରୀ ସେମାନଙ୍କ କାମଲ ଦେଖାଇ ପୁରସ୍କୃତ ହୋଇଛନ୍ତି ।

ଆମେରିକାରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ,
ଆମେରିକାରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ

ଗାଁ ଦାଣ୍ଡ ଧୂଳିଖେଳରୁ ନାସା ରୋଭର ଚ୍ୟାଲେଞ୍ଜ ୨୦୨୩ ଯାଏଁ ସଫଳତାର ଯାତ୍ରା କରିଥିଲେ କଟକର ବାସୁଦେବ ଭୋଇ । ସେ ଜଣେ ଦଶମ ଶ୍ରେଣୀ ଛାତ୍ର । ଗାଁ ପିଲା ଯେ ନାସା ଯାଇ ପାରେ ତାହାକୁ ପ୍ରମାଣିତ କରିଛନ୍ତି ବାସୁଦେବ । ସେହିପରି ଅନାଥାଶ୍ରମରୁ ଦୁଇଜଣ ଆକାକ୍ଷାଂ ଓ ଓମ ନାସା ପାଇଁ ମନୋନୀତ ହୋଇଥିଲେ । ଆକାକ୍ଷାଂ ସରକାରୀ ଆଇଟିଆଇରେ ପଢୁଥିବା ବେଳେ ଓମ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ର । ଏହି ୩ ଜଣ ଛାତ୍ରଛାତ୍ରୀ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶାର ଏହି ୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ମୋଟ 6 ଜଣିଆ ଦଳ ରୋଭର ଚ୍ୟାଲେଞ୍ଜରେ ଭାଗ ନେଇ ସଫଳତା ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...ନାସାକୁ ମନୋନୀତ ଅନାଥାଶ୍ରମର 2 ଅନ୍ତେବାସୀ, ଛୁଟିଲା ଶୁଭେଚ୍ଛା ସୁଅ

ସେମାନଙ୍କୁ କ୍ୟାରିଅର ଗଢିବାରେ ଉତ୍ସାହିତ କରିବା ସହ ଏକ ଉତ୍ତମ ଭବିଷ୍ୟତ ଗଢିବାକୁ ସୁଯୋଗ ପ୍ରଦାନ କରିବ । ରାଜ୍ୟରୁ ଏହି ଦଳରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ଓଡିଶା ଫେରିଥିବା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୩ ଜଣ ଓଡ଼ିଆ ପିଲାମାନେ ନାସା ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫେରିଛନ୍ତି । ଚାରି ଚକିଆ ଯାନ ପ୍ରସ୍ତୁତ କରିଥିଲେ ଓଡିଆ ଛାତ୍ରଛାତ୍ରୀ । ଗତ ୨୦ ତାରିଖରୁ ଆମେରିକାରେ ଆରମ୍ଭ ହୋଯାଇଥିଲା ନ୍ୟାସନାଲ ରୋଭର ଚ୍ୟାଲେଞ୍ଜ ୨୦୨୩ । ୬ ଜଣ ଭାରତୀୟ ମେଧାବୀ ଛାତ୍ରଛାତ୍ରୀ ମଧ୍ୟରେ ୩ ଜଣ ଓଡ଼ିଶାରୁ ରହିଥିବାବେଳେ ମୁମ୍ବାଇରୁ ଜଣେ ଓ ଆନ୍ଧ୍ରପ୍ରଦେଶରୁ ଦୁଇ ଜଣ ଭାଗ ନେଇଥିଲେ ।

ମୁମ୍ବାଇର ସିନ୍ଧାନ୍ତ ଘୋଷ ଓ ଆନ୍ଧ୍ରପ୍ରଦେଶର ଛିତୀନେନି ଆକର୍ଷ ଓ ସାଇ ଅକ୍ଷରା ଭେମୁରି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଏକ ହ୍ୟୁମାନ ରୋଭରକୁ ଡେଭଲପମେଣ୍ଟ କରିଛନ୍ତି । ଯାହା ମଙ୍ଗଳ ଚନ୍ଦ୍ର ଆଦି ଗ୍ରହରେ ଚଳପ୍ରଚଳ କରିପାରିବ ସେ ନେଇ ଏହାକୁ ବିକଶିତ କରାଯାଇଛି । ଯେଉଁମାନେ ଏହି ଗ୍ରହ ଆଦିକୁ ଯାତ୍ରା କରନ୍ତି ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କିଭଳି ଭାବରେ ସୁବିଧାରେ ଯାତ୍ରା କରିପାରିବେ ସେନେଇ ଏଭଳି ପ୍ରସ୍ତୁତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2023, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.