ETV Bharat / state

ମହିଳା SIଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ତିନି ଡ୍ରାଇଭର ଗିରଫ - ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ ଘଟଣା

ରାଜ୍ୟ ରାଜଧାନୀ ଛାତିରେ ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ ଘଟଣା । ୩ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ
ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ
author img

By

Published : Jan 5, 2023, 1:13 PM IST

Updated : Jan 5, 2023, 3:54 PM IST

ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ

ଭୁବନେଶ୍ବର: ସହିଦନଗର ଥାନା ସାଇନସ୍ ପାର୍କ ବସ୍ତିରେ ମହିଳା SIଙ୍କୁ ଆକ୍ରମଣ ଉଦ୍ୟମ ଘଟଣା । ୩ଜଣ ଅଭିଯୁକ୍ତଙ୍କ ଗାଡି ଜବତ କଲା ଭୁବନେଶ୍ବର କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଅରବିନ୍ଦ ମହାକୁଡ ଓରଫ ଅରୁ, ପ୍ରଦୀପ ବେହେରା ଏବଂ କୁନା ଚନ୍ଦ୍ର ସାହୁ । ସୂଚନା ମୁତାବକ, ୩ ଅଭିଯୁକ୍ତ ଡ୍ରାଇଭର ହୋଇଥିବା ବେଳେ ସେମାନେ ବିଭିନ୍ନ ଟାକ୍ସି ଚଳାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସାଇନସ୍ ପାର୍କ ନିକଟସ୍ଥ ବସ୍ତିରେ ରହୁଥିବା ଅରବିନ୍ଦ ମହାକୁଡ ଓରଫ ଅରୁର ଘରକୁ ଆସିଥିଲେ‌ । ହେଲେ ସେହି ସମୟରେ ହେଲେ ସେହି ସମୟରେ ବାଟରେ ମହିଳା ସବ ଇନସ୍ପେକ୍ଟର ସହ ମୁହାଁମୁହିଁ ହୋଇଥିଲା।ପ୍ରଥମେ ହେଡ ଡିପର ଲାଇଟ୍ ଅପଡାଉନ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏନେଇ ଦୁର୍ବୁତ୍ତ ମାନେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ତାଙ୍କ ସହ ଦୁର୍ବ୍ୟହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଉଦଘାଟନ ହେବ ସର୍ବବୃହତ ହକି ଷ୍ଟାଡିୟମ

ଏହାପରେ ମହିଳା ପୋଲିସ ଜଣକ ଗାଡି ନ ଅଟକାଇ ଆଗକୁ ବଢିଥିଲେ । କିନ୍ତୁ ଦୁର୍ବୃତ୍ତମାନେ ପଛଘୁଞ୍ଚା ନଦେଇ ମହିଳା ପୋଲିସଙ୍କ ପିଛା କରିଥିଲେ । ପୋଲିସ ରିଜର୍ଭ ଗେଟ୍ ପାଖରେ ଗାଳି ଗୁଲଜ କରିବା ସହ ଏକ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ । ଭୟରେ ମହିଳା ପୋଲିସ ଜଣକ ରିଜର୍ଭ ବାଟାଲିୟନ ଭିତରକୁ ପ୍ରବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରିଜର୍ଭ ବାଟାଲିୟନ ସାମ୍ନାରେ ଆତଙ୍କ, ଲେଡି ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ ଉଦ୍ୟମ

ତେବେ ସବୁଠାରୁ ବଡକଥା ହେଉଛି ଆସନ୍ତା ୧୩ ତାରିଖରେ ହକି ବିଶ୍ବକପ ଆୟୋଜିତ ହେବ । ବାହାକୁ ଆସୁଥିବା ଅତିଥିଙ୍କୁ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ଟ୍ୟାକ୍ସି ଆସୋସିଏସନ୍ ଓ ଅଟୋ ଆସୋସିଏସନ ଡ୍ରାଇଭର ସଙ୍ଘ ସହ ପୋଲିସ ଆଲୋଚନା ହୋଇଥିଲା । ହେଲେ ମହିଳା ଏସଆଇଙ୍କୁ ଦୁର୍ବ୍ୟବହାର କରି ୩ ଜଣ ଡ୍ରାଇଭର ଗିରଫ ହୋଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଆଗକୁ ହକି ବେଳେ ଏସବୁ ଦିଗରେ କିପରି ନିୟନ୍ତ୍ରଣ କରିବ ପୋଲିସ । ଯଦି ଡ୍ରାଇଭର ଏସ ଆଇଙ୍କୁ ଦୁର୍ବ୍ୟବହାର କରୁଛନ୍ତି ତେବେ ଆଗକୁ ଅତିଥିମାନେ ମଧ୍ୟ ଏପରି ଶିକାର ହେବେନି ତ ?

ଏହି ଘଟଣାକୁ ନେଇ ବୁଧବାର ଭୁବନେଶ୍ବର DCP ପ୍ରତୀକ ସିଂହ କହିଥିଲେ, "ମହିଳାଙ୍କ ପ୍ରତି ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ସେ ପୋଲିସ ହେଉ ବା ସାଧାରଣ ନାଗରିକ । ଏଭଳି ଘଟଣା ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2023, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.