ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ଜଟଣୀ ତହସିଲରେ ଶ୍ମଶାନ ଜମି ଜବର ଦଖଲ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ଆସିଛି ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଓଗରସୁଆଁ ଗ୍ରାମର ଗୋଚର ଏବଂ ଶ୍ମଶାନ ଜମିକୁ ଜବରଦଖଲ କରି ଜମି ମାଫିଆ ଓ ବିଲ୍ଡର ସଂସ୍ଥା ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଲ୍ଡର ସଂସ୍ଥା ଶ୍ମଶାନ ଜମିରେ ଜବରଦସ୍ତ ରାସ୍ତା କରୁ ଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଆଜି(ବୁଧବାର) ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ବାବଦରେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ