ETV Bharat / state

ଭଉଣୀ ଘରେ ପହଞ୍ଚିଲାନି କୁମାର ପୂର୍ଣ୍ଣିମା ଭାର, ଟ୍ରକ ଧକ୍କାରେ ଭାଇ ମୃତ - banapur police

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ 16 ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ରାସ୍ତା ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ କଣ୍ଟେନର ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଅଧିକ ପଢ଼ନ୍ତୁ...

ନାଚୁଣୀରେ ଟ୍ରକ ଧକ୍କାରେ ଯୁବକଙ୍କ ଗଲା ଜୀବନ
ନାଚୁଣୀରେ ଟ୍ରକ ଧକ୍କାରେ ଯୁବକଙ୍କ ଗଲା ଜୀବନ
author img

By

Published : Oct 27, 2020, 4:39 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ 16 ନମ୍ବର ଜାତୀୟ ରାଜପଥ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତକ ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ୀ ଗ୍ରାମର ପ୍ରମୋଦ ପଲାଇଙ୍କ ପୁଅ ତୋଫାନ ପଲାଇ। ଆଗକୁ କୁମାର ପୁନେଇଁ ଆସୁଛି। ଏଥିପାଇଁ ତୋଫାନ ଭାର ନେଇ ନିଜ ଭଉଣୀ ଘରକୁ ବାଇକ ଯୋଗେ ବାହାରିଥିଲେ।

ନାଚୁଣୀରେ ଟ୍ରକ ଧକ୍କାରେ ଯୁବକଙ୍କ ଗଲା ଜୀବନ

ତେବେ ଯିବା ବାଟରେ ହରିକୁଣ୍ଡବରଡ଼ୀ ଢ଼ାବା ନିକଟରେ ତୋଫାନ ବାଇକ ରଖି ରାସ୍ତା ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ କଣ୍ଟେନର ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତୋଫାନ ପଲାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଣ୍ଟେନର ଟ୍ରକଟି ଭୁବନେଶ୍ବରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ 22 ବର୍ଷୀୟ ପୁଅ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତୋଫାନଙ୍କ ପରିବାର ଲୋକେ। ପୁଅ ପାଇଁ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.