ଖୋର୍ଦ୍ଧା: ବିଶ୍ୱ ଭୟାନକ କୋରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଂଗ୍ରାମ ଜାରି ରଖିଛି । ଏହି ମହାମାରୀ ପାଇଁ ସାରା ବିଶ୍ଵବାସୀ ଭୟଭିତ ଓ ଆତଙ୍କିତ । ମହାମରୀ କରୋନା କବଳରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାରିନଥିବା ବେଳେ ଏହାର ଏକ ମାତ୍ର ଔଷଧ ସଚେତନତା, ସାମାଜିକ ଦୂରତା ।

କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକଡ଼ାଉନ କରି ଭାରତକୁ ରକ୍ଷା କରିବା ପାଇଁ ସତ ଚେଷ୍ଟା କରୁଥିବା ବେଳେ ଏହି ଲକଡ଼ାଉନ ସମୟରେ ଗରିବ ଖଟିଖିଆମାନେ ଖାଦ୍ୟ ଅଭାବ ଯୋଗୁଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ଏହି ସମୟରେ ଜାତୀୟ ସ୍ତରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ (ନୂଆଦିଲ୍ଲୀ) ଓଡ଼ିଶାର ପୁରପଲ୍ଲୀରେ ସହାୟତାର ହାତ ବଢାଇଛି । ଏହି ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ବୁଧବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଚିଲିକା କୂଳରେ ବିଭିନ୍ନ ଗ୍ରାମପଞ୍ଚାୟତରେ ଥିବା ଅସହାୟ ପରିବାରକୁ ୧୫ଦିନର ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଂଶସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ