ETV Bharat / state

ଅବହେଳିତ ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ, ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ 20 ଊର୍ଦ୍ଧ୍ବ

author img

By

Published : Jan 14, 2021, 8:09 PM IST

ଏକଦା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଇଲୋ ଗ୍ରାମର ଗରିବ ପରିବାରର ମୁଖିଆ ମାନେ କାମଧନ୍ଦା ପାଇଁ ସୁଦୂର ରେଂଗୁନ ଯାଇଥିଲେ । ସେଠାରେ ନେତାଜୀ ସୁଭାଷ ବୋଷଙ୍କ ଆହ୍ୱାନ ‘‘ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’’ ସେମାନଙ୍କ ରକ୍ତରେ ଲଗାଇଲା ନିଆଁ । ପରେ ସେମାନେ ସ୍ବାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମଟି ଅବହେଳିତ ଅବସ୍ଥାରେ ରହିଛି...

the village of the freedom fighters champailo till now neglected
ଅବହେଳିତ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ

ଖୋର୍ଦ୍ଧା: ମାଟି ଗାଏ ସ୍ୱାଧୀନତା ସଂଗ୍ରାମର ସଙ୍ଗୀତ । ପବନରେ ଶୁଭେ ବନ୍ଦେ ମତରମ, ଭାରତ ମାତା କି ଜୟ । କର୍ପୁର ଉଡିଯାଇଛି ହେଲେ କନା ପଡିଛି । ଗର୍ବର ସହ ମଥାଟେକି ଗାଁଟି କହୁଛି ମୁ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ । ଆଉ ଏହି ଗ୍ରାମ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଇଲୋ ଗାଁ ।

ଅବହେଳିତ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ
ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି । ନେତାଜୀ ସୁଭାଷ ବୋଷଙ୍କ ଏ ଆହ୍ୱାନ ଚମ୍ପାଇଲୋ ଗାଁର ସଂଗ୍ରାମୀଙ୍କ ରକ୍ତରେ ଲଗାଇଲା ନିଆଁ । ଦେଶପ୍ରେମରେ ଉଦବୁଦ୍ଧ ହେଲେ ଚମ୍ପାଇଲୋ ଗ୍ରାମର 20ରୁ ଊର୍ଦ୍ଧ୍ଵ ସଂଗ୍ରାମୀ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ଦେଶ ମାତୃକାକୁ ସ୍ୱାଧୀନ କରିବା ପାଇଁ ବ୍ରିଟିସ ବିରୁଦ୍ଧରେ ଲଢ଼େଇ କଲେ ସେମାନେ ।

ଶେଷରେ ଦେଶ ସ୍ବାଧିନତା ପାଇଲା, ସେମାନଙ୍କ ସଂଗ୍ରାମ ସାର୍ଥକ ହେଲା । ପରେ ଦେଶ ସ୍ୱାଧୀନ ହେଲା ମାତ୍ର, ବିଡମ୍ବନା ସ୍ୱାଧୀନତାର ସ୍ବର୍ଣ୍ଣିମ ଫର୍ଦ୍ଦରୁ ହଜିଗଲା ଚମ୍ପାଇଲୋ ଗାଁ । ଏପରିକି ଗାଁରେ ଶହୀଦ ସ୍ତମ୍ଭଟିଏ ନାହିଁ, କି ସଂଗ୍ରାମୀଙ୍କ ସ୍ମୃତିରେ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ସରକାର । ସରକାରୀ ଅବହେଳାରୁ ଖଦି ଆନ୍ଦୋଳନ ସମୟରେ ନିର୍ମାଣ ହୋଇଥିବା ଖଦିକେନ୍ଦ୍ର ତାର ସତ୍ତା ହରାଇବାକୁ ବସିଲାଣି ।

ଏକଦା ଚମ୍ପାଇଲୋର ଗରିବ ପରିବାରର ମୁଖିଆ ମାନେ କାମଧନ୍ଦା ପାଇଁ ସୁଦୂର ରେଂଗୁନ ଯାଇଥିଲେ । ସେଇଠି ପଡିଥିଲା ନେତାଜୀଙ୍କ ଆଜାଦ ହିନ୍ଦ ଫୌଜର ମୂଳଦୁଆ । ମାଟି ମା ଆଗରେ ପରିବାର ତୁଚ୍ଛ ହୋଇଗଲା । ଆଜାଦ ହିନ୍ଦ ଫୌଜରେ ସାମିଲ ହେଲେ ଚମ୍ପାଇଲୋ ଗ୍ରାମର 20ରୁ ଊର୍ଦ୍ଧ୍ବ ସେନାନୀ ।

ସମୟ କ୍ରମେ ଏ ସଂଗ୍ରାମୀଙ୍କ ବାଳିଦାନକୁ ସ୍ମରଣୀୟ ରଖିବା ପାଇଁ ସରକାର କେବଳ ତାମ୍ର ଫଳକ ଟିଏ ଧରାଇ ଦେଇ ହାତବାନ୍ଧି ବସିଛନ୍ତି । ନିଜ ତ୍ୟାଗ ଓ ସଂଗ୍ରାମ ପାଇଁ ଚମ୍ପାଇଲୋକୁ ମିଳିନି ହକ । ଏ ଅଣଦେଖାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସଂଗ୍ରାମୀଙ୍କ ଦାୟାଦ ମାନେ । ଗାଁରେ ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ଭବନ ନିର୍ମାଣ ପାଇଁ ଦାବି ହେଉଛି । ଏପରିକି ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର କରିଥିବା କମିଟିରେ ସଂଗ୍ରାମୀଙ୍କ ଦାୟାଦଙ୍କୁ ସ୍ଥାନ ଦେବାକୁ ଦାବି ମଧ୍ୟ ତେଜିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.