ETV Bharat / state

ସୂକ୍ଷ୍ମ କାରୁକାର୍ଯ୍ୟ, ଦିଆସିଲି କାଠିରେ ତିନି ରଥ କରି ଚର୍ଚ୍ଚାରେ ଶିଳ୍ପୀ

ଦିଆସିଲି କାଠିରେ ପ୍ରସ୍ତୁତ ହୋଇଛି ତିନି ରଥ । ଏଭଳି ସୂକ୍ଷ୍ମ କାରୁକାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ ।

author img

By

Published : Jun 23, 2020, 10:01 AM IST

ସୂକ୍ଷ୍ମ କାରୁକାର୍ଯ୍ୟ, ଦିଆସିଲି କାଠିରେ ତିନି ରଥ କରି ଚର୍ଚ୍ଚାରେ ଶିଳ୍ପୀ
ସୂକ୍ଷ୍ମ କାରୁକାର୍ଯ୍ୟ, ଦିଆସିଲି କାଠିରେ ତିନି ରଥ କରି ଚର୍ଚ୍ଚାରେ ଶିଳ୍ପୀ

ଖୋର୍ଦ୍ଧା: ଦିଆସିଲି କାଠିରେ ପ୍ରସ୍ତୁତ ହୋଇଛି ତିନି ରଥ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଉ ଏଭଳି ସୂକ୍ଷ୍ମ କାରୁକାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ । ଦିଆସିଲି କାଠିରେ ମାତ୍ର ଅଢେଇ ଇଞ୍ଚ ଉଚ୍ଚତାର ତିନି ରଥ କରିଛନ୍ତି। ସେଥିରେ ତେନ୍ତୁଳି ମଞ୍ଜିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବସାଇଛନ୍ତି । ଏହି ସୂକ୍ଷ୍ମ ରଥ ନିର୍ମାଣ ପାଇଁ ସେ 307ଟି ଦିଆସିଲ କାଠି ବ୍ୟବହାର କରିଥିବା କହିଛନ୍ତି ।

ତେବେ ଚଳିତ ବର୍ଷ ବାଦ ବିବାଦ, ଅନେକ କଳ୍ପନା ଜଳ୍ପନାର ଅନ୍ତ ପରେ କଟକଣା ଭିତରେ ପାଳନ ହେଉଛି ଘୋଷ ଯାତ୍ରା। ଭକ୍ତ ଶୂନ୍ୟ ବଡଦାଣ୍ଡରେ ଆଜି ଗଡିବ କାଳିଆ ରଥ। ନାଟୁଆ କଳା ଠାକୁର ଭାଇ ଓ ଭଉଣୀଙ୍କ ସହ 9 ଦିନ ପାଇଁ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବ। ଏନେଇ ତିନିରଥ ସିଂହଦ୍ବାରା ସମ୍ମୁଖରେ ଅପେକ୍ଷା କରିଛନ୍ତି। ମହାମାରୀରେ ଭକ୍ତ ବଡଦାଣ୍ଡରେ କାଳିଆର ଦର୍ଶନ କରିପାରିବନି ସତ ହେଲେ ଘରେ ରହି କାଳିଆକୁ ସ୍ମରଣ କରି ତାର ଭକ୍ତି ସାଗରରେ ଲୀନ ହୋଇଯିବ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.