ଖୋର୍ଦ୍ଧା: ୟୋରସ୍ ହୋପ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଖୋର୍ଦ୍ଧା ଏସ୍ପିଙ୍କ ଉପସ୍ଥିତରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଟ୍ରାଫିକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ହାତରେ ଫ୍ଲାକାର୍ଡ ଧରି ବିନା ହେଲମେଟରେ ଯାତ୍ରା କରୁଥିବା ମୋଟର ସାଇକେଲ ଆରୋହୀଙ୍କୁ ଲିଫ ଲେଟ ଦେଇ ସଚେତନତା କରାଇଥିଲେ ।
ସେହିପରି ବିନା ହେଲମେଟରେ ଯାଉଥିବା କେତେକ ବାଇକ ଆରୋହୀଙ୍କୁ ହେଲମେଟ ଦେଇଥିଲେ। ହେଲମେଟ, କାର ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ ଓ ଗାଡି ଚଳାଇଵା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ ଏଥିପାଇଁ ସମସ୍ତ ଜନସାଧାରଣ ସଚେତନ ହୋଲେ ଦୁର୍ଘଟଣାରୁ ରକ୍ଷା ପାଇପାରିବା ଏବଂ ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ସଂଗଠନର ଫାଉଣ୍ଡର କହିଥିଲେ।
ଖୋର୍ଦ୍ଧା ଏସପି ସଡକ ସୁରକ୍ଷା ଅଭିଯାନରେ ସାମିଲ ହୋଇ ନିଜେ ସଚେତନତା କରାଇଥିଲେ ।ବିଭିନ୍ନ ଯାଗାରେ ହେଲମେଟ ଚେକିଂ, ଡ୍ରାଇଭିଂ ଲାଇସେନ୍ସ, ମଦ୍ୟପାନ କରି ଗାଡି ଚଳାଉଥିବା ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଜାତୀୟ ରାଜପଥରେ ଦୁର୍ଘଟଣାକୁ ରୋକିବା ପାଇଁ ବ୍ଲାକ ସ୍ପଟ ଚିହ୍ନଟ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ହମ୍ପସ୍,ହୁଡିଗଂ ଲଗାଇ ଲୋକମାନଙ୍କ ସଚେତନତା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ