ଖୋର୍ଦ୍ଧା: ଅପମିଶ୍ରିତ ଖାଦ୍ୟ, ବାସି ଖାଦ୍ୟ, ଖାଦ୍ୟ ପ୍ରସ୍ତୁତ ଜାଗାରେ ପରିଚ୍ଛନତା ନେଇ ଖୋର୍ଦ୍ଧା ମ୍ୟୁନିସିପାଲିଟି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଖୋର୍ଦ୍ଧା ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ସୁଇଟ ଷ୍ଟଲ ସବୁ ଯାଞ୍ଚ କରାଯାଇଛି। ଯେଉଁ ଥରେ ଖାଦ୍ୟ ପ୍ରସ୍ତୁତ ହେଉଛି, ସେହି ସ୍ଥାନରେ ପରିଚ୍ଛନ୍ନତା, ଫ୍ରିଜ ଭିତରେ ଥିବା ମସଲା, ସସ ସବୁ ଯାଞ୍ଚ କରାଯାଉଥିଲା । ପ୍ରାୟ ଦୋକାନରେ ବାସି ଖାଦ୍ୟ ସାମଗ୍ରୀ ଥିବାର ଜଣାପଡିଛି ।
ଖୋର୍ଦ୍ଧା ସହରରେ ଏଭଳି ଯାଞ୍ଚକୁ ନେଇ ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯାଞ୍ଚ ବେଳେ ଦୋକାନୀଙ୍କୁ ତାଗିଦ କରାଯାଇଛି । ପରବର୍ତ୍ତୀ ସମୟରେ ଏଭଳି ଦେଖାଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ କେବଳ ଫାଇନ ଆଦାୟ ଚାଲିଛି ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ