ETV Bharat / state

ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀକୂଳ

କୋରୋନା ମାଡ଼ରେ ହତାଶ ଖୋର୍ଦ୍ଧା ଚାଷୀ । ମଣ୍ଡିରେ ଧାନ ପଡିପଡି ସଢୁଥିବାବେଳେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସମବାୟ ସମିତିର ସମ୍ପାଦକଙ୍କୁ ଗୁହାରିକରି ନିରାଶ ହୋଇଛନ୍ତି ଚାଷୀକୂଳ । ଅଧିକ ପଢନ୍ତୁ...

author img

By

Published : Apr 28, 2020, 2:39 PM IST

Updated : Apr 28, 2020, 4:12 PM IST

ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀକୂଳ
ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀକୂଳ

ଖୋର୍ଦ୍ଧା: କୋରୋନା ପାଇଁ ସମସ୍ତ ବ୍ୟବସାୟ ବନ୍ଦ ଥିବାବେଳେ, ଅନ୍ୟପଟେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ସରକାର ଚାଷୀଙ୍କୁ ତାଙ୍କର ହକ ଦେଉଥିବା କଥା କହୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପିଚୁକୁଳି ଚାଷୀଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଦେଖାଦେଇଛି ।

ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀକୂଳ

ଧାନ ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତାର ବିଷୟ ପାଲଟିଛି । ପିଚୁକୁଳି ସମବାୟ ସମିତିର ପ୍ରାୟ 150 ଜଣ ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ସୁଦ୍ଧା ଏଯାବତ ସରକାର ଧାନ କିଣିନାହାନ୍ତି । ଫଳରେ ପ୍ରାୟ 4ହଜାର କ୍ୱିଣ୍ଟାଲ ଧାନ ସେମିତି ପଡ଼ିରହିଛି ।

ଏନେଇ ଚାଷୀମାନେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସମବାୟ ସମିତିର ସମ୍ପାଦକଙ୍କୁ ଗୁହାରିକରି ନିରାଶ ହୋଇଛନ୍ତି । ପୁନର୍ବାର ମଙ୍ଗଳବାର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଗୁହାରି କରିଛନ୍ତି । ଆଉ ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ସମ୍ପୃକ୍ତ ଚାଷୀମାନେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 28, 2020, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.