ETV Bharat / state

9 ବର୍ଷର ନାବାଳିକା ଅପହରଣ ଉଦ୍ୟମ ପଣ୍ଡ, ଜେଲ ଗଲା ଅପହରଣକାରୀ - kidnap a 9 year old girl

ଜଣେ 9 ବର୍ଷର ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ସମୟରେ ଶିଶୁ କନ୍ୟାର ମା' ହାତରେ ଧରାପଡିଛି ଅଭିଯୁକ୍ତ ।

ନାବାଳିକା ଅପହରଣ ଉଦ୍ୟମ ପଣ୍ଡ
ନାବାଳିକା ଅପହରଣ ଉଦ୍ୟମ ପଣ୍ଡ
author img

By

Published : Dec 7, 2020, 7:24 PM IST

ଖୋର୍ଦ୍ଧା: ପଣ୍ଡ ହେଲା ଶିଶୁକୁ ଅପହରଣ କରିବା ଉଦ୍ୟମ । ଗିରଫ ହେଲେ ଅପହରଣକାରୀ । ଜଣେ 9 ବର୍ଷର ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ସମୟରେ ଶିଶୁ କନ୍ୟାର ମା' ହାତରେ ଧରାପଡିଛି ଅଭିଯୁକ୍ତ ।

9 ବର୍ଷର ନାବାଳିକା ଅପହରଣ ଉଦ୍ୟମ ପଣ୍ଡ

ସୂଚନା ଅନୁଯାୟୀ ,ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରଣା ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଜୈନିକା ନାବାଳିକାକୁ ସେହି ଗ୍ରାମର ସଞ୍ଜୟ ଛାଟୋଇ ଗତକାଲି(ରବିବାର) ସଂନ୍ଧ୍ୟାରେ ଅପହରଣ କରିବାକୁ ଉଦ୍ୟମ କରି ମୁଁହ ଚାପି ରଖିଥିଲା ।

ମାତ୍ର ଅପହରଣ ଉଦ୍ୟମରେ ନାବାଳିକାର ମା' ଦେଖିପାରି ଜୋରରେ ପାଟି କରିଥିଲେ । ଏହାଦେଖି ଅପହରଣକାରୀ ଶିଶୁଟିକୁ ଛାଡ଼ି ପଳାଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ନାବାଳିକାର ମା'ଙ୍କୁ ଅଭିଯୁକ୍ତ ଜଣକ ମରଣାନ୍ତକ ଆକ୍ରମଣ କରିଥିଲା । ଏନେଇ ସେ ଜେଲରେ ସଜା କାଟୁ ଥିବାବେଳେ ଏବେ ଜେଲରୁ ବେଲରେ ଆସି ବାହାରେ ବୁଲୁଛି ।

ତେବେ ପୂର୍ବ ଶତ୍ରୁତା କାରଣରୁ ଶିଶୁକୁ ଅପହରଣ କରିନେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଖବର ପାଇ ବେଗୁନିଆ ପୋଲିସ ଅପହରଣକାରୀ ସଞ୍ଜୟକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.