ETV Bharat / state

ଦଳିତଙ୍କୁ ଆକ୍ରମଣକ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

author img

By

Published : Aug 10, 2021, 7:00 PM IST

ଦଳିତଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଦଳିତଙ୍କୁ ଆକ୍ରମଣକ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ଦଳିତଙ୍କୁ ଆକ୍ରମଣକ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଖୋର୍ଦ୍ଧା: ରାଜ୍ୟରେ ବଢି ଚାଲିଛି ଦଳିତ ମାନଙ୍କ ଉପରେ ଆକ୍ରମଣ । ଆଉ ଏଭଳି କାଣ୍ଡ ଘଟାଇଛନ୍ତି ଶାସକ ଦଳର ଲୋକମାନେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର । କେନ୍ଦ୍ରାପଡା,ଜଗତସିଂହପୁର ଓ ଖୋର୍ଦ୍ଧା ଜିଲାର ବାଙ୍କୋଇ ଗ୍ରାମରେ ଦଳିତଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବା ପରିବର୍ତେ ଅଭିଯୋଗକାରୀକୁ ହଇରାଣ କରୁଥିବା ନେଇ କହିଛନ୍ତି ଖୋର୍ଦ୍ଧା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଶିବ ମଲିକ ।

ସେପଟେ ଦଳିତଙ୍କୁ ନ୍ୟାୟ ଦେବାପାଇଁ ଆଜି (ମଙ୍ଗଳବାର) ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରୁ ବିଜେପି ସଭାପତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.