ETV Bharat / state

'ତୁ ମୋ ଅତି ନିଜର'ର ଶୁଭ ମହୁରତ ଅନୁଷ୍ଠିତ

author img

By

Published : Mar 5, 2020, 11:12 PM IST

ସାମ୍ପ୍ରଦିକ ଘଟଣା ବସ୍ତୁକୁ ନେଇ ଆରମ୍ଭ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୁ ମୋ ଅତି ନିଜର'ର ଶୁଭ ମହୁରତ ଅନୁଷ୍ଠିତ । ଅଧିକ ପଢନ୍ତୁ...

khordha
'ତୁ ମୋ ଅତି ନିଜର'ର ଶୁଭ ମହୁରତ ଅନୁଷ୍ଠିତ

ଖୋର୍ଦ୍ଧା: ପାଇକ ମାନଙ୍କ ସୁରକ୍ଷା କବଚ ତଥା ଇଂରେଜ ଶାସନର ତୋପ ମାଡ଼କୁ ସମ୍ଭାଳିଥିବା ଖୋର୍ଦ୍ଧା ଗଡ଼ର ଆରାଧ୍ୟ ଦେବତା କୁଞ୍ଜ ବିହାରୀଙ୍କ ପୀଠରେ ଆଜି ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁଥିବା 'ତୁ ମୋ ଅତି ନିଜର' ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ଆସନ୍ତା ରଜରେ ମୁକ୍ତିଲାଭ କରିବାକୁ ଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

'ତୁ ମୋ ଅତି ନିଜର'ର ଶୁଭ ମହୁରତ ଅନୁଷ୍ଠିତ

ଏହି ଭିନ୍ନ ସ୍ବାଦର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ଶ୍ରୀତମ ଏବଂ ଜିନା ଥିବା ବେଳେ ଓଲିଉଡର ବହୁ ନାମୀ ଦାମୀ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଉଛନ୍ତି ବମ୍ବେର ଅରବିନ୍ଦ ପାଣ୍ଡେ । ନିଜସ୍ବ କାହାଣୀ ସମ୍ବଳିତ ଏହି ଚଳଚ୍ଚିତ୍ର କୌଣସି ଫିଲ୍ମକୁ କପି କରିନଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.