ETV Bharat / state

ରାଜ୍ୟରେ ଆଜିଠୁ କମିବ ବର୍ଷା, 24 ଘଣ୍ଟା ପାଇଁ 5 ଜିଲ୍ଲାକୁ ୟେଲୋ ଆଲର୍ଟ

author img

By ETV Bharat Odisha Team

Published : Sep 15, 2023, 6:57 PM IST

ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ । ହେଲେ ଆସନ୍ତା ୨୪ ଘଣ୍ଟା ପାଇଁ 5 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

rainfall decrease from today
ରାଜ୍ୟରେ ଆଜିଠୁ କମିବ ବର୍ଷା
ରାଜ୍ୟରେ ଆଜିଠୁ କମିବ ବର୍ଷା

ଭୁବନେଶ୍ବର: ଉତ୍ତର ଛତିଶଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ରାଜ୍ୟଠାରୁ ଏହା ଧୀରେଧୀରେ ଦୂରୀଭୂତ ହେଉଥିବାରୁ ଆଜିଠାରୁ ବର୍ଷାର ପ୍ରଭାବ କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ 5 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର । ଏଥିସହ ଗତ ୪ ଦିନରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି ବର୍ଷା ୧୧୦.୫ ମିଲିମିଟର ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୩୩.୪ ମିଲିମିଟର ତୁଳନାରେ ୨୩୧ ପ୍ରତିଶତ ଅଧିକ ରହିଛି । ଏହି ୪ ଦିନରେ ରାଜ୍ୟରେ ୨୮ ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜ ଏବଂ ବାଲେଶ୍ୱର ଆଦି ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ...କୋରାପୁଟରେ ଆଳୁ ଚାଷ ପାଇଁ ପାଗ ଅନୁକୂଳ, 93 ପ୍ରତିଶତ ଲକ୍ଷ୍ୟ ହାସଲ

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିଲା । ଏହାସହ ହାରାହାରି ବର୍ଷା ୨୭.୧ ମିଲିମିଟର ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ସ୍ୱାଭାବିକ ବର୍ଷା ୬.୯ ମିଲିମିଟର ତୁଳନାରେ ୨୯୩ ପ୍ରତିଶତ ଅଧିକ ରହିଛି । ସର୍ବାଧିକ ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୨.୪ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭ ପ୍ରତିଶତ ରହିଛି ।

ଏହା ବି ପଢନ୍ତୁ...Rain Fury In Balangir: ନାଳରେ ଭାସିଗଲେ ୩ ଭାଇ, ଜଣଙ୍କ ମୃତଦେହ ଉଦ୍ଧାର

ଗତ କିଛି ଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବେହାଲ ହୋଇପଡିଛି ଜନଜୀବନ । କେଉଁଠି ଘରର କାନ୍ଥ ଭୁଶୁଡି ପଡ଼ି କାହାର ଜୀବନ ଯାଇଛି ତ ଆଉ କେଉଁଠି ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଲୋକେ । ସଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ବର୍ଷାର ପରିମାଣ କମିବା ପରେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.