ETV Bharat / state

ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜନସାଧରଣଙ୍କ ମତ ଲୋଡିଲା ପ୍ରଶାସନ - ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନସାଧରଣଙ୍କ ମତାମତ

କୋଭିଡ ନିୟମ ପାଳନ କରି ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ । ସର୍ବସାଧାରଣ ଓ ଭକ୍ତଙ୍କ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜନସାଧରଣଙ୍କ ମତ ଲୋଡିଲା ପ୍ରଶାସନ

author img

By

Published : Dec 18, 2020, 10:41 PM IST

ଖୋର୍ଦ୍ଧା: ଜିଲ୍ଲା ଉପଖଣ୍ଡରେ ସର୍ବସାଧାରଣ ଓ ଭକ୍ତଙ୍କ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଏକ ବୈଠକ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ସ୍ୱାଗତ ଭାଷଣ ଦେବା ସହ ବୈଠକ ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଏହା ପରେ ବୈଠକରେ ଉପସ୍ଥିତ ଜିଲ୍ଲାପାଳ କହିଥିଲେ କୋଭିଡ କଟକଣା ଯୋଗୁଁ ବିଭିନ୍ନ ମନ୍ଦିର ସହିତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।

ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜନସାଧରଣଙ୍କ ମତ ଲୋଡିଲା ପ୍ରଶାସନ

ବର୍ତ୍ତମାନ କୋରୋନା ସଂକ୍ରମଣ କମିବା ସହିତ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଏହା କ୍ରମଶଃ ହ୍ରାସ ପାଉଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ନିୟମ ପାଳନ କରି ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ବୈଠକରେ ଯୋଗ ଦେଇ କୋଭିଡ ନିୟମ ମାନି ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଧର୍ମାନୁଷ୍ଠାନ ଖୋଲିବାକୁ କହିଥିଲେ ।

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ କୁମାର ଦାସପଟ୍ଟନାୟକ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୁଶିଲ କୁମାର ମିଶ୍ର, ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମନ୍ଦିରର ପରିଚାଳନା କମିଟି କର୍ମକର୍ତ୍ତା ଯୋଗ ଦେଇ ଧର୍ମସ୍ଥଳୀ ଖୋଲିବା ସମ୍ପର୍କରେ ଆଲୋଚନା କରିଥିଲେ ।

ତାହାସହ କୋଭିଡ ନିୟମ ପାଳନ କରିବା ଏବଂ ଜନ ସମାବେଶକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନମନ୍ଦିର ଓ ଧାର୍ମିକ ଅନୁଷ୍ଠାନ କେଉଁ ତାରିଖରୁ ଖୋଲିବ ସେ ସମ୍ପର୍କରେ ଜନସାଧାରଣ ଡିସେମ୍ବର ୨୦ ତାରିଖ ସୁଦ୍ଧା ଉପଜିଲ୍ଲାପାଳକୁ ସେମାନଙ୍କ ମତାମତ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ଏହାପରେ ସରକାରଙ୍କ ସହ ଆଲୋଚନା କରି କେଉଁ ତାରିଖରୁ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଳିବ ତାହା ଜଣାଇଦିଆଯିବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.