ETV Bharat / state

ଉଠା ଦୋକାନ ଉପରେ ଚଢିଲା ବୁଲଡୋଜର, ମାର୍କେଟ ବିଲଡିଂରେ ଉତ୍ତେଜନା - ଉଠା ଦୋକାନୀ ଓ ଏନ୍ଫୋର୍ସମେଣ୍ଟ କର୍ମଚାରୀ ଧସ୍ତାଧସ୍ତି

ବୁଲଡୋଜର ଚଢିବା ପରେ ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ । ଉଠା ଦୋକାନୀ ଓ ଏନ୍ଫୋର୍ସମେଣ୍ଟ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଅଧିକ ପଢ଼ନ୍ତୁ

ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ
ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ
author img

By

Published : May 15, 2023, 5:32 PM IST

Updated : May 15, 2023, 6:54 PM IST

ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ

ଭୁବନେଶ୍ବର: ବୁଲଡୋଜର ଚଢିବା ପରେ ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ । ଏହି ଉଚ୍ଛେଦକୁ ନେଇ ଉଠା ଦୋକାନୀମାନଙ୍କ ମଧ୍ୟରେ ଉତ୍ତେଜନା । ଉଠା ଦୋକାନୀ ଓ ଏନ୍ଫୋର୍ସମେଣ୍ଟ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ବିନା ନୋଟିସରେ ବିଏମସି ଓ ବିଡିଏ କର୍ମଚାରୀ ସେମାନଙ୍କ ଦୋକାନ ଭାଙ୍ଗିବା ସହ ସମସ୍ତ ଅସବାବପତ୍ର ସବୁକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ବିନା ଥଇଥାନରେ ଉଚ୍ଛେଦକୁ ବିରୋଧ କରୁଛନ୍ତି ଉଠାଦୋକାନୀ । ବିଏମସିର କେଶରୀ ମଲ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

୫ରୁ ଅଧିକା ଦୋକାନ ବୁଲଡୋଜର ଭାଙ୍ଗିବା ପରେ ଉଠା ଦୋକାନୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ବିରୋଧ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛି ବିଏମସି । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ କରିଛନ୍ତି ଦୋକାନୀ । ଏନ୍ଫୋର୍ସମେଣ୍ଟ ଟିମ୍‌ର ସଦସ୍ୟ ଦୋକାନୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଆସିବାରୁ ଉକ୍ତ କର୍ମଚାରୀଙ୍କ ଗିରଫ ଦାବି କରିଛନ୍ତି ଦୋକାନୀମାନେ ।

ଉଠା ଦୋକାନୀ ସଭାପିତ ପ୍ରତାପ ସାହୁ କହିଛନ୍ତି, ‘‘ବଏମସି ପକ୍ଷରୁ ବେଆଇନ ଭାବେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ବିନା ନୋଟିସ କି ବିନା ଥଇଥାନରେ ଉଚ୍ଛେଦ କାର୍ଯ୍ୟ କରାଯଇ ପାଇବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଳଂଘନ କରାଯାଉଛି । ବର୍ଷବର୍ଷ ଧରି ଏଠି ଦୋକାନକରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ କ’ଣ କରିବେ । ଟ୍ରେଡ଼ଲାଇସେନସ ପ୍ରାପ୍ତ କାର୍ଡ ପାଇବା ସହ ବିଏମସିଙ୍କୁ ଟ୍ୟାକ୍ସ ଦେଉଛନ୍ତି ଏକାଧିକ ବ୍ୟବସାୟୀ । ଆଉ କିଛି ଲୋକଙ୍କ ପାଖରେ ହାଇକୋର୍ଟର ଷ୍ଟେ ଅର୍ଡର ମଧ୍ୟ ରହିଛି । ଏହାସହ ଉଚ୍ଛେଦ ସମୟରେ ମହିଳା ଦୋକାନୀଙ୍କୁ ବିଏମସି ଅଧିକାରୀ ଖରାପ ଆଚରଣ କରିଛନ୍ତି । ମହିଳାମନଙ୍କୁ ପର ଘରେ ବାସନ ମାଜିବା ପାଇଁ କହିବାରୁ ଏପରି ଉତ୍ତେଜନ ହୋଇଥିଲା । ଏଥିପାଇଁ ଉକ୍ତ କର୍ମଚାରୀଙ୍କ ଗିରଫ କରାଯାଉ ।’’

ଉଠା ଦୋକାନୀମାନେ କହିଛନ୍ତ,‘‘ ପୁରୁଷ ପୁରୁଷ ଧରି ଆମେ ଏଠି ଦୋକାନ କରିଆସିଛୁ । ବିନା ପ୍ରଚାରରେ ବିନା ନୋଟିସରେ, ଅଚାନକ ଦୋକାନକୁ ଭାଙ୍ଗି ଦେଲା ବିଏମସି । ଆଗକୁ ସାବିତ୍ରୀ ଓ ରଜ ଆସୁଥିବା ବେଳେ ଏପରି ଦୋକାନ ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ । ସରକାର ଆଗରୁ ଏପରି କରନାହାଁନ୍ତି । ଯଦି ଉଚ୍ଛେଦ କରିବାର ଅଛି ତ ଆଗ ଥଇଥାନ କରନ୍ତୁ ପରେ ଉଚ୍ଛେଦ କରିବେ ।’’

ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ କର୍ମଚାରୀ ପ୍ରମୋଦ କୁମାର ଜେନା କହିଛନ୍ତି, ‘‘ଆମେ ଉଚ୍ଛେଦର ଦିନକ ପୂର୍ବରୁ ପ୍ରଚାର କରିଥିଲୁ । ଲୋକଙ୍କୁ ଉଚ୍ଛେଦ ପୂର୍ବ ଦିନ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ସେମାନଙ୍କ ଆସବାବ ପତ୍ର ଅନ୍ୟତ୍ର ସ୍ଥାନାନ୍ତର କରିନଥିଲେ । ତେବେ ହାଇକୋର୍ଟର ଷ୍ଟେ ପେପର କି ଉଚ୍ଛେଦ ରୋକିବା ପାଇଁ ସେମାନେ କିଛି ପ୍ରମାଣ ଦେଖାଇ ନାହାଁନ୍ତି । ବେଆଇନ ଭାବେ କବଜା କରିଥିବା ଦୋକାନ ହିଁ ଉଚ୍ଛେଦ କରାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2023, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.