ETV Bharat / state

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଖଣ୍ଡଗିରି ନିକଟ ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଏନେଇ ତଦନ୍ତ ପାଇଁ ସମ୍ପର୍କୀୟ ଦାବି କରିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Nov 2, 2022, 7:57 AM IST

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୁତ୍ୟୁ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର: ଖରାବେଳେ କଥା ହେଲେ ଆଉ ଅପରାହ୍ନରେ ଘଟିଲା ମୃତ୍ୟୁ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସଦେହଜନକ ମୁତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା । ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଲାଗି ପାଖ ହସ୍ପିଟାଲକୁ ନ ନିଆଯାଇ ଦୂର ହସ୍ପିଟାଲକୁ ନିଆଯାଇଥିବାରୁ କେନ୍ଦ୍ର ବିରୋଧରେ ତଦନ୍ତ ପାଇଁ ମୃତକଙ୍କ ପରିବାର ଦାବି କରିଛନ୍ତି ।

ମୃତ ଯୁବକ ଜଣକ ହେଉଛନ୍ତି ଖଣ୍ଡଗିରି କୋଳଥିଆ ହାଉସିଂ ବୋର୍ଡ ଏମ.ଆଇ.ଜି ୮୨ ରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନ । ରାଜୀବ ସେକ୍ରେଟାରିଏଟରେ କାମ କରୁଥିବା ବେଳେ କିଛି ଦିନ‌ ହେବ ମଦ୍ୟପାନ ଛଡାଇବାକୁ ସେଠାରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଅପରାହ୍ନରେ ହଠାତ ତାଙ୍କର ମୃତ୍ୟୁ ଖବର ପାଇ ବିଚଳିତ ହୋଇଛନ୍ତି ସାଥୀ ଓ ସମ୍ପର୍କୀୟ । ନିଶା ନିବାରଣ କେନ୍ଦ୍ରର କର୍ମଚାରୀଙ୍କ ଅବହେଳା ପାଇଁ ସାଥୀରେ ଜୀବନ ଯାଇଥିବାରୁ ସେମାନେ ଆପତ୍ତି ଉଠାଇଛନ୍ତି । ଏନେଇ ମୃତକର ସମ୍ପର୍କୀୟ ଅଶୋକ ଲେଙ୍କା କହିଛନ୍ତି ନିଶା ନିବାରଣ କେନ୍ଦ୍ର ତାଙ୍କୁ ହତ୍ୟା କରାଯାଇଛି ।

ଏହା ବି ପଢନ୍ତୁ- ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼, ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି

ଏପରିକି ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି ନା ତା ପୂର୍ବରୁ ମୃତ୍ୟୁ ହୋଇଛି ଏନେଇ ସନ୍ତୋଷଜନକ ଉତ୍ତର ଦିଆଯାଇନାହିଁ । ଏପରିକି ସେମାନଙ୍କ ନିଶା ନିବାରଣ କେନ୍ଦ୍ରରେ ନିଶାକୁ କାଟିବାକୁ କିଛି ପଦାର୍ଥ ଦିଆଯିବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କାରଣ ମୃତକଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଛି । ହଠାତ୍‌ ଯୁବକଙ୍କ ଅବସ୍ଥା ବିଗିଡ଼ିବା ପରେ କେନ୍ଦ୍ର ପକ୍ଷରୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ନ ଡାକି ଏକ ଅଟୋରେ ହସ୍ପିଟାଲକୁ ଆଣିଥିବା ଜଣାପଡ଼ିଛି ।

କୋଳଥିଆରୁ ପାଖ ଏମ୍ସ ହସ୍ପିଟାଲକୁ ନ ନେଇ ସେମାନେ ଟ୍ରାଫିକରେ କ୍ୟାପିଟାଲ ହସପିଟାଲ ଆଣିଛନ୍ତି । ଫଳରେ ସନ୍ଦେହ ଉପୁଜିଛି । ମାଡ଼ ମାରିବା ଦ୍ବାରା ଯୁବକଙ୍କ ଏପରି ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର କେନ୍ଦ୍ରକୁ ଦାୟୀ କରିଛନ୍ତି । ଅନ୍ୟପଟେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସର୍ବେଶ୍ବର ପ୍ରଧାନ କହିଛନ୍ତି ଯେ, ଯୁବକ ଜଣକ ଖରାବେଳେ ଶୋଇଥିଲେ । ନ ଉଠି ଖାଇବାରୁ କେନ୍ଦ୍ରର କର୍ମଚାରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେ ନ ଉଠିବାରୁ ସେଠାରେ ଜଣେ ସ୍ବାସ୍ଥ୍ୟ କର୍ମଚାରୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ‌। ଏହାପରେ ତାଙ୍କୁ ଅଟୋରେ ଏକ ହସ୍ପିଟାଲ ଆଣିଥିଲେ ।

ସୂଚନା ଥାଉ କି ପୂର୍ବରୁ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଲକ୍ଷ୍ୟ ଫାଉଣ୍ଡେସନର ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନା ଦେବାର ଗତ ସେପ୍ଟେମ୍ବର ୧୬ ତାରିଖରେ ‌ଖବର‌ ପ୍ରସାରିତ ହୋଇଥିଲା । ଯାହା‌କୁ ନେଇ ସେତେବେଳେ କମିଶନରେଟ ପୋଲିସ ତଦନ୍ତ କରିଥିଲା । ସେହିପରି ପୂର୍ବରୁ ଏୟାଫିଲ୍ଡ ଥାନା ପଞ୍ଚୁକୋଳି ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିଲା । ଏହିପରି ଅନେକ ଅଭିଯୋଗ ଆସୁଥିବା ବେଳେ ଏହି ନିଶା ନିବାରଣ କେନ୍ଦ୍ରରେ କଣ ଘଟିଲା ସେ ନେଇ ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ସମ୍ପର୍କୀୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.