ETV Bharat / state

ସମର ଭ୍ୟାକେସନ ଟୁରରେ ଅଧ୍ୟାପକ, ପରୀକ୍ଷା ହଲ ବାହାରେ ଛାତ୍ରଛାତ୍ରୀ - ପରୀକ୍ଷା ହଲ ବାହାରେ ଛାତ୍ରଛାତ୍ରୀ

ଅଧ୍ୟାପକ ପରୀକ୍ଷା କରାଇବା ପରିବର୍ତ୍ତେ ସମର ଭ୍ୟାକେସନ ଟୁରରେ ଥିବା ଅଭିଯୋଗ । ଫଳରେ ପରୀକ୍ଷା ହୋଇନଥିବା ବେଳେ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା । ଭୁବନେଶ୍ବରର ପ୍ରତିଷ୍ଠିତ ଲ' କଲେଜରୁ ଆସିଛି ଏପରି ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 20, 2023, 9:11 PM IST

ପରୀକ୍ଷା ହଲ ବାହାରେ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର ମହର୍ଷି ନାଚୁରାଲ ଲ' କଲେଜରେ ପରୀକ୍ଷାରେ ବଡ ଅବହେଳା ଅଭିଯୋଗ । ଆଜି ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଥିଲା । ହେଲେ ଦୀର୍ଘ ସମୟ ଧରି ପରୀକ୍ଷା ହଲରେ ଛାତ୍ର ରହିଥିବା ବେଳେ ପରୀକ୍ଷା ଥିବା ବିଭାଗର ଅଧ୍ୟାପକ ସମର ଭ୍ୟାକେସନ ଟୁରରେ ରହିଛନ୍ତି । ଏନେଇ ପରୀକ୍ଷା ହଲ ବାହାରେ ପରୀକ୍ଷାର୍ଥୀମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ।

ସକାଳ ୧୦.୩୦ ମିନିଟରେ ପରୀକ୍ଷା ହେବାକୁ ଥିବା ବେଳେ ୧୨.୩୦ଟାରେ ଆସିଥିଲେ ଅଧ୍ୟାପକ । ଆଜି ପରୀକ୍ଷା ରହିଥିବା ବେଳେ ଏବେ ସୁଦ୍ଧା ସିଲାବସ ମଧ୍ୟ ଶେଷ ହୋଇନାହିଁ । ଅଧ୍ୟାପକଙ୍କୁ କୋର୍ସ ସରିନାହିଁ ବୋଲି ପିଲା ପ୍ରଶ୍ନ କରିବାରୁ ୟୁଟ୍ୟୁବରେ ପଢି ଦେବା ଲାଗି ସେମାନଙ୍କୁ କହିଥିଲେ ଅଧ୍ୟାପକ । ଅନ୍ୟପଟେ କଲେଜରେ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଇନଚାର୍ଜ ରହିଥିବା ଜଣେ ଅଧ୍ୟାପକ ବିଦେଶ ଗସ୍ତରେ ରହିଥିବା ଅଭିଯୋଗ ହୋଇଛି ।

ସେହିପରି ପରୀକ୍ଷା ସୁପରିଟେଣ୍ଡେଣ୍ଟ ସମର ଭ୍ୟାକେସନ କାଟିବା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ରାଜଧାନୀର ଜଣାଶୁଣା କଲେଜ ମହର୍ଷି ନାଚୁରାଲ ଲ' କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ, ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯୁକ୍ତ ୩ ଶେଷ ବର୍ଷର ରାଜନୀତି ବିଜ୍ଞାନ ପେପର ପରୀକ୍ଷା ଆଜି ସକାଳ ୧୦.୩୦ରେ ହେବାକୁ ଥିବା ବେଳେ ଦିନ ୧୨.୩୦ ପରେ କଲେଜରେ ଅଧ୍ୟାପକମାନେ ପହଞ୍ଚିଛନ୍ତି ।

ଏହା ବି ପଢନ୍ତୁ- ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ: OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

ତେବେ ଦୁଇଘଣ୍ଟା ଧରି ଛାତ୍ରମାନେ ଅଧ୍ୟାପକଙ୍କୁ ଯେତେ ଯୋଗାଯୋଗ କରିଥିଲେ ମଧ୍ୟ ବ୍ୟକ୍ତିଗତ କାମ କହି ପରୀକ୍ଷା ହଲକୁ ଆସିନଥିଲେ ଅଧ୍ୟାପକ । ଯାହାକୁ ନେଇ ପରୀକ୍ଷା ହଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଛାତ୍ରମାନଙ୍କ ସିଧାସଳଖ ଅଭିଯୋଗ ରହିଥିଲା ଯେ ପଲିଟିକାଲ ସାଇନ୍ସର ସିଲାବସ ଅଧ୍ୟାପକ ଶେଷ କରୁନାହାନ୍ତି । ବାରମ୍ବାର ଏହି ପ୍ରସଙ୍ଗ ପ୍ରିନ୍ସିପାଲଙ୍କ ଦୃଷ୍ଟିକୁ ମଧ୍ୟ ଅଣାଯାଇଛି । ହେଲେ ଏହାପରେ ବି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଲେଜରେ ଫାଇନାଲ ପରୀକ୍ଷା ଚାଲିଥିବା ବେଳେ କେମିତି ପରୀକ୍ଷା ଇନଚାର୍ଜ ବିଦେଶରେ ଏବଂ ପରୀକ୍ଷା ସୁପରିଟେଣ୍ଡେଣ୍ଟ ସମର ଭ୍ୟାକେସନ ପାଇଁ ରାଜ୍ୟ ବାହାରେ ରହିଛନ୍ତି।

ଏନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସେମାନଙ୍କୁ ପରୀକ୍ଷା ସମୟରେ କିଏ ଛୁଟି ପାଇଁ ଅନୁମତି ଦେଲେ ? ଯଦି କଲେଜର ପ୍ରିନ୍ସିପାଲଙ୍କ ପାଖରେ ଖବର ରହିଥିଲା ତେବେ କାହିଁକି ପରୀକ୍ଷା ସମୟରେ ଛୁଟି ଦେଉଥିଲେ ? ନା କଲେଜରେ ଏହି ଅଧ୍ୟାପକଙ୍କର ଦବଦବା ରହିଛି । ଯାହାକୁ ନେଇ ଶିକ୍ଷା ବିଭାଗରେ ଏକ ବଡ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ଏ ପ୍ରସଙ୍ଗକୁ ନେଇ କଲେଜର ଅଧ୍ୟକ୍ଷା କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.