ETV Bharat / state

ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ, ପୁଣି ବଢିବ ତାତି

author img

By

Published : Mar 10, 2023, 8:49 PM IST

Updated : Mar 10, 2023, 9:19 PM IST

ଆସନ୍ତାକାଲି ଠାରୁ ପୁଣି ବଢିବ ତାତି ଏନେଇ ୩୮ ଡିଗ୍ରୀ ପାଖାପାଖି ରହିପାରେ ଦିନ ତାପମାତ୍ରା । ଅଧିକ ପଢନ୍ତୁ

temperature likely to rise
temperature likely to rise

temperature likely to rise

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବଢିବ ତାତି । ୩୮ ଡିଗ୍ରୀ ପାଖାପାଖି ରହିପାରେ ଦିନର ତାପମାତ୍ରା । କିନ୍ତୁ ଗତ କିଛି ଦିନ ହେବ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଅସହ୍ୟ ଗୁଳୁଗୁଳି ସହିତ ଅହେତୁକ ତାପମାତ୍ରାରୁ ମିଳିଥିଲା ତ୍ରାହି । ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ। ପଶ୍ଚିମ ଝଡର ପ୍ରବାହ କମିଗଲା ପରେ ପୁଣି ବଢିବ ଦିନ ତାପମାତ୍ର ।

ସେପଟେ ବର୍ତ୍ତମାନ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିଥିବା ବେଳେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବ ରହିଛି। ତେଣୁ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ କେନ୍ଦୁଝର ଓ ମୟୁରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ମୟୁରଭଞ୍ଜ ଜିଲ୍ଲା ଜାମାଡାରେ ୨ମିମି ଏବଂ ବାହାଲଦା ରେ ୨.୬ ମିମି ବର୍ଷା ରେକର୍ଡ କରଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ବୌଦ୍ଧ ରେ ୩୮ ଡ଼ିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ରାଜ୍ୟରେ ବାକି ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ଵର । ଏଥିସହ ଆସନ୍ତାକାଲି ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ସମେତ ଖୋର୍ଦ୍ଧା, ପୁରୀରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ସେହିପରି ଅନ୍ୟପଟେ ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ, ଗଞ୍ଜାମ, କୋରାପୁଟ, ରାୟଗଡା, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଓ୍ବାର୍ଣ୍ଣିଂ ରହିଥିବା ବେଳେ ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି ବିଭାଗ । ଏନେଇ ପାଣିପାଗ ନିର୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଓ ମୟୁରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ସେହିପରି ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ସ୍ବାଭାବିକ ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ୩୮ ଡ଼ିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ଥିଲା 33.6 ଡିଗ୍ରୀ । ଆଗାମୀ 5ଦିନ ଭିତରେ ପ୍ରଥମ ଦୁଇ ଦିନ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 10, 2023, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.