ETV Bharat / state

ରାଜ୍ୟରେ କମୁଛି ଶୀତ, ବଢୁଛି ତାପମାତ୍ରା - ପାଣିପାଗ ଅପଡେଟ

ରାଜ୍ୟରେ ବଢୁଛି ତାପମାତ୍ରା । ନଭେମ୍ବର ମାସରେ ଶୀତ ବଢ଼ିବା ପରିବର୍ତ୍ତେ ରାଜ୍ୟରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୁ ବା ପୂର୍ବ ଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବଢୁଛି ତାପମାତ୍ରା । ଅଧିକ ପଢ଼ନ୍ତୁ

temperature increasing in Odisha despite its month of November
ରାଜ୍ୟରେ କମୁଛି ଶୀତ, ବଢୁଛି ତାପମାତ୍ରା
author img

By

Published : Nov 2, 2022, 7:36 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ତାପମାତ୍ରା । ନଭେମ୍ବର ମାସରେ ଶୀତ ବଢ଼ିବା ପରିବର୍ତ୍ତେ ରାଜ୍ୟରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୁ ବା ପୂର୍ବ ଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବଢୁଛି ତାପମାତ୍ରା । ଯାହା ଫଳରେ ରାଜ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୩ଡିଗ୍ରୀ ପରିମାଣ ଅଧିକା ରହୁଛି । ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳ ଭାବରେ ସୁନ୍ଦରଗଡରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ଼ କରଯାଇଛି ।

ରାଜ୍ୟରେ କମୁଛି ଶୀତ, ବଢୁଛି ତାପମାତ୍ରା

ଏଥିସହ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳର ଜି. ଉଦୟଗିରିରେ ୧୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବିଶେଷ ଭାବେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ନାହିଁ । ଏଭଳି ସ୍ଥିତି ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗିରହିବ । ଏହାସହ ୪ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ବାୟୁ ହିମାଳୟ ପାଦଦେଶ ଆଡ଼ୁ ରାଜ୍ୟକୁ ପ୍ରବେଶ କରିବ । ଏହାର ପ୍ରଭାବରେ ବି ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୩ଦିନ ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଓ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୨୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଇକିଆରେ ୧୪.୬ ମିମି ଓ କୋରାପୁଟର ସେମିଳିଗୁଡ଼ାରେ ୮ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁରରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଭୁବନେଶ୍ବରର ଆକାଶ ମେଘାଛନ୍ନ ରହିବ ବୋଲି କହିଛି ପାଣିପାଗ ବିଭାଗ । ଅନ୍ୟପଟେ ସାଧାରଣତଃ ନଭେମ୍ବର ମାସରେ ଶୀତର ପ୍ରକୋପ ଅଧିକା ଥାଏ । ହେଲେ ଚଳିତ ବର୍ଷ ଏହି ମାସରେ ବର୍ଷାର ପ୍ରଭାବ ସହ ଜଳୀୟବାଷ୍ପ ପରିମାଣ ବାୟୁମଣ୍ଡଳରେ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଜଳୀୟବାଷ୍ପ ପାଇଁ ବିଶେଷ ଭାବେ ତାପମାତ୍ରାରେ ସେତେଟା ପରିବର୍ତ୍ତନ ଆସିନଥାଏ । ଏହାକୁ ନେଇ ତାପମାତ୍ରା ବୃଦ୍ଧି ନଭେମ୍ବରରେ ହେଉଥିବାରୁ ଶୀତର ପ୍ରକୋପ କମ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.