ETV Bharat / state

ଶ୍ମଶାନ ଜମିରେ ଜବରଦଖଲ, ତହସିଲ ପ୍ରଶାସନ ଲଗାଇଲା ରୋକ

ଖୋର୍ଦ୍ଧା ଜିଲ୍ଲାର ଏକ ସରକାରୀ ଶ୍ମଶାନ ଜମିରେ ଚାଲିଥିଲା ବେଆଇନ କୋଠା ନିର୍ମାଣ । ଅତିରିକ୍ତ ତହସିଲଦାର ପହଞ୍ଚି ଲଗାଇଲେ ରୋକ । ଅଧିକ ପଢନ୍ତୁ...

ଶ୍ମଶାନ ଜମିରେ ଜବରଦଖଲ, ତହସିଲ ପ୍ରଶାସନ ଲଗାଇଲା ରୋକ
ଶ୍ମଶାନ ଜମିରେ ଜବରଦଖଲ, ତହସିଲ ପ୍ରଶାସନ ଲଗାଇଲା ରୋକ
author img

By

Published : Jul 27, 2021, 9:56 AM IST

ଖୋର୍ଦ୍ଧା: ଶ୍ମଶାନ ଜମିରେ ଚାଲିଥିବା ଗୃହ ନିର୍ମାଣକୁ ବିରୋଧ । ଅତିରିକ୍ତ ତହସିଲଦାର ଏବଂ କର୍ମଚାରୀ ପହଞ୍ଚି ଗୃହ ନିର୍ମାଣ ଉପରେ ରୋକ୍ ଲଗାଇବା ସହ ସେଠାରେ ନାଲି ପତାକା ଟାଙ୍ଗିଛନ୍ତି ।

ଶ୍ମଶାନ ଜମିରେ ଜବରଦଖଲ, ତହସିଲ ପ୍ରଶାସନ ଲଗାଇଲା ରୋକ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ବଡ଼ବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଶ୍ମଶାନ ଜମିରେ ଦିନିଆରୀ ଗ୍ରାମର ଜଣେ ବ୍ୟକ୍ତି ସେଠାରେ ଏକ ଘର ନିର୍ମାଣ କରୁଥିଲେ । ଘଟଣା ସମ୍ପର୍କରେ ବେଗୁନିଆ ତହସିଲଦାର ଖବର ପାଇବା ପରେ ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ, ତହସିଲ କର୍ମଚାରୀ ଏବଂ ପୋଲିସ ସହାୟତାରେ ସରକାରୀ ଶ୍ମଶାନ ଜାଗାରେ ହେଉଥିବା ଗୃହ ନିର୍ମାଣକୁ ବନ୍ଦ କରିଛନ୍ତି । ଏଥିସହ ସେଠାରେ ନାଲି ପତାକା ମଧ୍ୟ ପୋତିଛନ୍ତି । ଏହା ସରକାରଙ୍କ ସମ୍ପତ୍ତି ଏଠାରେ ଅନାଧିକାର ପ୍ରବେଶ ଦଣ୍ଡନୀୟ ବୋଲି ତହସିଲ ପକ୍ଷରୁ ଏକ ନୋଟିସ ଲଗାଯାଇଛି । ସେହିପରି ଆଗାମୀ ଦିନରେ ଏହି ଅର୍ଦ୍ଧ ନିର୍ମିତ କୋଠାକୁ ଭଙ୍ଗାଯିବ ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.